ଆଜି ବ୍ଳକ ସମ୍ମିଳନୀ କକ୍ଷରେ ଓଡ଼ଗାଁ ବ୍ଳକ ରୁ ଆସିଥିବା ୬୪ ଜଣ କବି, କବୟିତ୍ରୀ, ଗାଳ୍ପିକ, ସାହିତ୍ୟିକ ଓ ଭାଷାବିତ୍ ମାନଙ୍କୁ ନେଇ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର ନାଥ ମିଶ୍ର ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ କବିତା ପ୍ରଧାନ,ସମ୍ମାନିତ ଅତିଥି ରୂପେ କବି ଲୋକନାଥ ମିଶ୍ର, ପ୍ରଫୁଲ୍ଲ ମାଝି, ଦୀନବନ୍ଧୁ ମହାପାତ୍ର ମଞ୍ଚାସୀନ ଥିଲେ।ଉକ୍ତ ସଭାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଉପରେ ସମସ୍ତେ ଗୁରୁତ୍ୱ ଦେବା, ଓଡ଼ିଆ ଭାଷା ଓ ସଂସ୍କୃତି ର ପ୍ରଚାର ରେ ଯୁବପିଢ଼ି ଙ୍କ ଗୁରୁତ୍ୱ ଓ ଦାୟିତ୍ୱବୋଧ କୁ ଜାଗ୍ରତ କରାଇବା,ଓଡ଼ିଆ ଭାଷା ର ବ୍ୟବହାର କୁ ପ୍ରୋତ୍ସାହିତ କରିବା, ବିଦ୍ୟାଳୟ ସ୍ତରରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମରେ ଅନୁଭୂତି କୁ ବାଣ୍ଟିବା,ବିଭିନ୍ନ ଓଡ଼ିଆ ଭାଷା ଓ ସଂସ୍କୃତି ର ଉତ୍ସବ ପ୍ରଚାର କରିବା ସହିତ ସ୍ଥାନୀୟ ଲୋକମାନଙ୍କୁ ଯୋଡିବା ପାଇଁ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ।ଉପସ୍ଥିତ ସାରସ୍ୱତ ସାଧକ ମାନେ ନିଜର ସ୍ୱରଚିତ କବିତା ଓ ଗଳ୍ପ ଉପସ୍ଥାପନା କରିଥିଲେ।ମାତୃଭାଷାର ବିକାଶରେ ଦିବଂଗତ ସାଧକ ମାନଙ୍କ ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ ପାଇଥିଲା।ଶେଷରେ ଉପସ୍ଥିତ ସମସ୍ତ ସାଧକ ମାନଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର, ପୁଷ୍ପଗୁଚ୍ଛ, ଉପଢୌକନ ଓ ଟ୍ରଫି ପ୍ରଦାନ କରାଯାଇଥିଲା। କବି ପଞ୍ଚାନନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଭାବଗ୍ରାହୀ ମହାପାତ୍ର ଓ ଯଶୋବନ୍ତ ପଟ୍ଟନାୟକ ସଂଯୋଜନା କରିଥିଲେ।କବି ରଞ୍ଜନ କୁମାର ଦାଶ ଓ ଦ୍ୱିତୀକୃଷ୍ଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.