ସୁବର୍ଣ୍ଣପୁର ଜିଲ୍ଲାରୁ ଜଗନ୍ନାଥ ଙ୍କ ସେବା ଉଦ୍ଦେଶ୍ୟ ରେ ପଠାଗଲା ଭକ୍ତଙ୍କ ଠାରୁ ସଂଗୃହିତ ଅର୍ପଣୀ ା

ସୁବର୍ଣ୍ଣପୁର-ପୁରୀ ଶ୍ରୀମନ୍ଦିରର ପବିତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଜିଲ୍ଲାର ପ୍ରତି ଗ୍ରାମ ରେ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ନିମନ୍ତେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଭକ୍ତି ଭାବ କୁନେଇ ଅର୍ପଣ ରଥ ପହଞ୍ଚିଥିଲା l ଜିଲ୍ଲାର ସମସ୍ତ ଗ୍ରାମରେ ଜନସାଧାରଣ ଭାବ ଭକ୍ତି ର ସହ ରଥ କୁ ସ୍ୱାଗତ କରି ଶ୍ରୀ ଜଗନ୍ନାଥ ଙ୍କ ସେବା ଉଦେଶ୍ୟରେ ନିଜ ନିଜର ଶକ୍ତି ମୁତାବକ ଅର୍ଥ ରାଶି, ଅରୁଆ ଚାଉଳ, ଓ ଗୁଆ ଅର୍ପଣ କରିଥିଲେ l ଏହିପରିପ୍ରେକ୍ଷୀରେ ଆମ ସୁବର୍ଣ୍ଣପୁର ଜିଲ୍ଲାରୁ ସଂଗୃହିତ ୧୭୧ କୁଇଣ୍ଟାଲ ଚାଉଳ, ୨୨ କେଜି ଗୁଆ ଓ ୩ ଲକ୍ଷ ୧୭ ହଜାର ଟଙ୍କା ଅର୍ଥ ରାଶି କୁ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ଅର୍ପଣ ରଥ ଯୋଗେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପ୍ରେରଣ କରାଯାଇଛି l ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାଶ ଅର୍ପଣୀ ନେଇ ଯାଉଥିବା ଅର୍ପଣ ରଥ କୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ପ୍ରେରଣ କରିଛନ୍ତି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସି ଡି ଓ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ଉପ ଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ତଥା ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରଭୁତି ଉପସ୍ଥିତ ଥିଲେ l

Comments are closed.