ଭୁବନେଶ୍ବର : ଗୁରୁବାରଠୁ ଏମ୍ସ ଭୁବନେଶ୍ବର ଡ୍ରୋନ୍ ସ୍ବାସ୍ଥ୍ୟ ସେବା ଆରମ୍ଭ କରିବ । ଜରୁରୀ ସ୍ଥିତିରେ ଲୋକଙ୍କ ପାଖରେ ଓୗଷଧ, ଟେଷ୍ଟିଂ କିଟ୍ ଓ ସ୍ବାସ୍ଥ୍ୟ ଉପକରଣ ପହଞ୍ଚାଇବ । ଏଥିପାଇଁ ଗତ ମଙ୍ଗଳବାର ଦିନ ସଫଳତାର ସହ ଟ୍ରାଏଲ ରନ୍ ସରିଥିବା ବେଳେ ଗୁରୁବାରଠୁ ଆନୁଷ୍ଠାନିକ ଭାବରେ ଏହି ସେବା ଆରମ୍ଭ ହେବ । ବତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ , ପାହାଡିଆ ଅଞ୍ଚଳ ଓ ଟ୍ରାଫିକ୍ ସମସ୍ୟା ଦେଖାଦେଉଥିବା ସ୍ଥାନକୁ ଏହି ଡ୍ରୋନ୍ ସ୍ବାସ୍ଥ୍ୟସେବା ପହଞ୍ଚାଇବ। ଥରକେ ଦୁଇରୁ ପାଞ୍ଚ କିଲୋଗ୍ରାମ୍ ସାମଗ୍ରୀ ପରିବହନ କରି ଶହେ କିଲୋମିଟର ଦୂର ଯାଏ ଯାଇପାରିବ । ସାଟେଲାଇଟ୍ ଜିପିଏସ୍ ଦ୍ବାରା ପରିଚାଳିତ ଏହି ଡ୍ରୋନକୁ ଲାଇଭ୍ ଟ୍ରାକ୍ କରାଯାଇପାରିବ।
Comments are closed.