ଶ୍ରୀ ଗଣେଶ

ବିଳାସ ଚନ୍ଦ୍ର ବେହେରା

ବିଘ୍ନ ବିନାଶକ ଗଉରୀ ନନ୍ଦନ
ଆହେ ପ୍ରଭୁ ଗଜାନନ
ଏତେ ବଡ଼ ଵପୁ କେମିତି ବୋହୁଛି
କ୍ଷୁଦ୍ର ମୂଷିକ ବାହନ l
ଛବି ଦେଖି ଯାହା ଅନୁମାନ କରୁ
ଲାଗଇ ବଡ଼ ବିଚିତ୍ର
ଅଗ୍ର ପୂଜ୍ୟ ଦେବ ବିଦ୍ୟା ଦାତା ପ୍ରଭୁ
ମହାଦେବଙ୍କ ସୁପୁତ୍ର l
ତୁମ ମୃତ୍ତି ପୂଜା ପ୍ରତି ସ୍ଥାନେ ଶୋଭା
ବିଦ୍ୟାଳୟ ମୁଖ୍ୟ ସ୍ଥାନ
ଜାକ ଜମକରେ ପୂଜା ପାଅ ପ୍ରଭୁ
ଆଡମ୍ବରେ ବିସର୍ଜନ l
ସଭିଙ୍କ ଅନ୍ତରେ ଭରିଦିଅ ଜ୍ଞାନ
ସ୍ନେହ ପ୍ରୀତି ଦୟା କ୍ଷମା
ଛାତ୍ର ଛାତ୍ରୀଙ୍କର ପୁଷ୍ପାଞ୍ଜଳି ଘେନ
ହର କଳୁଷ କାଳିମା l

ନଳିତା ନିଳୟ,
ବନ୍ତୁଣିଆ, ୪୨ ମୋୖଜ଼ା,
କଟକ l

Comments are closed.