କଣ୍ଟାବାଞ୍ଜି : ହିଟ ଆଣ୍ଡ ରନ ଆଇନକୁ ବିରୋଧ କରି ଓଡିଶା ଡ୍ରାଇଭର ମହାସଂଘ ଡାକରାରେ ଆଜି ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଶାଖା ଏବଂ ସ୍ଥାନୀୟ ଡ୍ରାଇଭର ୟୁନିୟନ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଏନେଇ ଏକ ବୈଠକରେ ଡ୍ରାଇଭର ୟୁନିୟନ ଅଫିସରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨୨ ଟି ପଂଚାୟତର ଡ୍ରାଇଭର ମାନେ ଯୋଗ ଦେଇଥିଲେ । ଏହି ଆନ୍ଦୋଳନକୁ କଣ୍ଟାବାଞ୍ଜି ଟ୍ରକ ମାଲିକ ସଂଘ ସଭାପତି ପ୍ରଭଜିତ ସିଂ ସାଲୁଜା ନିଜ ସଂଘର ସମର୍ଥନ ଜଣାଇ ବୈଠକରେ ଯୋଗ ଦେଇଥିଲେ । ହିଟ ଆଣ୍ଡ ରନ ଆଇନକୁ ବିରୋଧ କରିବା ସହ ଓଡିଶା ଡ୍ରାଇଭର ମହାସଂଘର ଅନ୍ୟ ଦାବୀ ମଧ୍ୟ ତୁରନ୍ତ ପୂରଣ କରିବାକୁ ଡ୍ରାଇଭର ମାନେ ଦାବୀ କରିଛନ୍ତି । ଆଜି ଯେହେତୁ ଆନ୍ଦୋଳନର ପ୍ରଥମ ଦିନ ତେଣୁ ଆନ୍ଦୋଳନ ସେତେଟା ଉଗ୍ର ରୂପ ଧାରଣ କରିନଥିବା ବେଳେ ଆସନ୍ତା କାଲିରୁ ସମସ୍ତ ଡ୍ରାଇଭର ଆନ୍ଦୋଳନକୁ ଓଲ୍ଲାଇବେ ବୋଲି କଣ୍ଟାବାଞ୍ଜି ଡ୍ରାଇଭର ୟୁନିୟନ ଏବଂ ଓଡ଼ିଶା ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ଶାଖାର କର୍ମକର୍ତା ସୂଚନା ଦେଇଛନ୍ତି । ଓଡ଼ିଶା ଡ୍ରାଇଭର ମହାସଙ୍ଘ କଣ୍ଟାବାଞ୍ଜି ସଭାପତି ଜିତ ଧରୁଆ, ଉପ-ସଭାପତି ଶମ୍ଭୁ ତାଣ୍ଡି, ବଲାଙ୍ଗିର ଜିଲ୍ଲା କୋଷାଧ୍ୟକ୍ଷ ଅମିତ ଦଣ୍ଡସେନା, ସମ୍ପାଦକ କାର୍ତିକ ବରିହା, ସହ-ସମ୍ପାଦକ ପ୍ରସାଦ ବାଗ, କୋଷାଧ୍ୟକ୍ଷ ଆର୍ତ୍ତ ମହାନନ୍ଦ, ପରାମର୍ଶଦାତା ଭୁଜ ବାଗ, କଣ୍ଟାବାଞ୍ଜି ଡ୍ରାଇଭର ୟୁନିୟନ ସଭାପତି ପରମାନନ୍ଦ ହାତୀ, ଉପ-ସଭାପତି ନନ୍ଦଲାଲ କୁମ୍ଭାର ସମ୍ପାଦକ ଦୟାନିଧି ପୁଟେଲ, ପରାମର୍ଶଦାତା ଜିତସିଂ, ଦେବରାଜ ୟାଦବ,ଚନ୍ଦ୍ର ଦାସ ସଦସ୍ୟ ଯୋଗେଶ୍ୱର ବେହେରା ସହ ଶତାଧିକ ଡ୍ରାଇଭର ମାନେ ସାମିଲ ହୋଇଥିଲେ । ପରେ ଏକ ଶୋଭାଯାତ୍ରା ମାଧ୍ୟମରେ ସହର ମୁଖ୍ୟ ରାସ୍ତା ଦେଇ କଣ୍ଟାବାଞ୍ଜି ଥାନା ପହଂଚି ଥିଲେ. ସେଠାରେ ଥାନା ଅଧିକାରୀଙ୍କୁ ତାଙ୍କ ଆନ୍ଦୋଳନ ନେଇ ଏକ ସ୍ମାରକ ପତ୍ର ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.