ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦକ୍ଷିଣ ଓଡିଶା ସାଂସ୍କୃତିକ ଗବେଷଣା କେନ୍ଦ୍ର ଓ ଓଡ଼ିଆ ବିଭାଗ ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ଜାତୀୟ କର୍ମଶାଳା ’ଦକ୍ଷିଣ ଓଡିଶାର ପଦର୍ଶନଶିଳ ଲୋକକଳା’ ଶୀର୍ଷକ ଉଦଯାପିତ ହୋଇଛି। ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇ ଦକ୍ଷିଣ ଓଡିଶାର ଲୋକକଳାକୁ ନେଇ ଗବେଷକ ଓ ଛାତ୍ର ଛାତ୍ରୀ ମାନେ କିଭଳି ଅଧିକ ଗବେଷଣା କରି ପାରିବେ ସେ ନେଇ ପରାମର୍ଶ ଦେଇଥିଲେ। ମୁଖବକ୍ତା ଭାବେ ବିଭାଗର ପୂର୍ବତନ ପ୍ରଫେସର ଅଶ୍ୱିନୀ କୁମାର ପଣ୍ଡା ଯୋଗ ଦେଇ କେନ୍ଦ୍ର ମାଧ୍ୟମରେ ନବାଗତ ଛାତ୍ର ଛାତ୍ରୀ କିପରି ଉପକୃତ ହୋଇପାରିବେ ସେ ସମନ୍ଧରେ ଆଲୋକପାତ କରିଥିଲେ। ସମ୍ମାନିତ ବକ୍ତା ଭାବେ ଜିଲ୍ଲା ପୂର୍ବତନ ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ ଯୋଗ ଦେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଧେଶ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.