ସେବାମୂର୍ତ୍ତୀ ମଦର ଟେରେସା

ମତାମୟୀ ମାଆ ସେ ବିଶାଳ ହୃଦୟ l
ଆଜି ତାଙ୍କ ଜନ୍ମତିଥି ବିଶ୍ୱେ ଶୁଭେ ଜୟ ll
କେଉଁ ପୁଣ୍ୟ ଲଗନରେ ମାଆ ଜନ୍ମ ଲଭି l
ମରତକୁ ଆସିଥିଲ ସ୍ୱୟଂ ସେବା ଦେବୀ ll
ମରଣଶୀଳ ମାନବେ କରି ତୁମ୍ଭେ ସେବା l
ସେବାକୁ ତୁମ୍ଭର ଆଉ ଉପମା କି ଦେବା ll
ମାନବ ସେବା ମାଧବ ସେବାବ୍ରତ କରି l
ବିଶ୍ୱରେ ଭ୍ରମଣ କଲ ମାଆ ବ୍ରହ୍ମଚାରୀ ll
ବସୁଧୈବ କୁଟୁମ୍ବକମ୍ ମହାମନ୍ତ୍ର ଘୋଷି l
କର୍ମକ୍ଷେତ୍ର ବାଛି ନେଲ ଭାରତକୁ ଆସି ll
ମହାନଗରୀ ସେ କାଳୀପୀଠ କଲିକତା l
ଦ୍ୱାରେଦ୍ୱାରେ ବାଣ୍ଟିଗଲ ମାତୃତ୍ୱର ବାର୍ତ୍ତା ll
ଘୃଣ୍ୟ ପଙ୍ଗୁ କୁଷ୍ଠରୋଗୀ ଚିପି ପୂଜ ରକ୍ତ l
ଯାଦୁକାରୀ ସ୍ପର୍ଶ ମାତ୍ରେ କରୁଥିଲ ସୁସ୍ଥ ll
ଜୀବେ ମାତ୍ରେ ବଞ୍ଚିବାର ଅଛି ଅଧିକାର l
ତାଙ୍କୁ କିଆଁ ଫିଙ୍ଗିଦେବ ସମାଜ ଆମର ll
କୋଳେଇ ନେବା ସିନାଟି ମାନବର ଧର୍ମ l
କୋଟି ଶିଷ୍ୟା ସୃଷ୍ଟି କରି ଶିଖାଇଲ ମର୍ମ ll
ତୁମ୍ଭ ସେବାମୂଲ କି ମଣିଷ ଦେଇପାରେ?
ଭୂଷିତ ମାତର ନୋବେଲର ପୁରସ୍କାରେ ll
ଯେତେଦିନ ବିଶ୍ୱେ ଥିବ ସେବାଧର୍ମ ଜୟ l
ମଦର ଟେରେସା ନାମ ରହିବ ଅକ୍ଷୟ ll
ମନେ ପଡ଼େ ପୁଣ୍ୟ ଜନ୍ମଦିନେ ତୁମ୍ଭ କଥା l
କୋଟିଏ ନମନ ଘେନ ଆହେ ବିଶ୍ୱମାତା ll
🙏🙏🙏
ଅର୍ଜୁନୀ
————
ମୋ -୭୬୯୩୦୯୧୯୭୧

Comments are closed.