ସୁନ୍ଦରଗଡ଼: ଆୟକର ବିଭାଗ ତରଫରୁ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ବ୍ୟବସାୟିକ ସଂସ୍ଥା, ଦୋକାନ, କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ଉ କରାଯାଇଛି। ବୁଧବାର ସକାଳୁ ଆୟକର ବିଭାଗର ଏକାଧିକ ଟିମ୍ ଶ୍ରୀ ଜୟସ୍ବାଲଙ୍କ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ଉ କରି ତଲାସି ଜାରି ରଖିଛନ୍ତି। ରାତି ସୁଦ୍ଧା ଯାଞ୍ଚ ଜାରି ରହିଥିଲା। ଆୟକର ଫାଙ୍କିବାର ପ୍ରମାଣ ମିଳିବା ପରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ତେବେ ଚଢ଼ଉରୁ କଣ ସବୁ ମିଳିଛି ସେହି ତଥ୍ୟ ହସ୍ତଗତ ହୋଇ ନାହିଁ। ଆୟକର ବିଭାଗ ବା ସଂପୃକ୍ତ ବ୍ୟବସାୟୀଙ୍କ ତରଫରୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ଶ୍ରୀ ଜୟସ୍ବାଲଙ୍କର ସୁନ୍ଦରଗଡ଼ ସହର ରାଣିବଗିଚା ନିକଟରେ ଏକ ଠିପି ବନ୍ଦ ଦୋକାନ ଓ ଏକ ଅନ୍ ବାର୍ ରହିଛି। ଏହା ବ୍ୟତୀତ ତାଙ୍କର ଘରୋଇ ବସ୍, ଗ୍ୟାସ୍ ଏଜେନ୍ସି, ଇଟାଭାଟି, ଛାପାଖାନା ଆଦି ବିଭିନ୍ନ ବ୍ୟବସାୟ ରହିଛି। ସେହିପରି ରାଉରକେଲାର ସିଭିଲ୍ ଟାଉନ୍ସିପ୍, ବେଦବ୍ୟାସ, ଉଦିତନଗର ଆଦି ବିଭିନ୍ନ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ତଥା କିଛି ମଦ ବ୍ୟବସାୟୀଙ୍କ କାର୍ଯ୍ୟାଳୟ ଓ ଘରେ ଆୟକର ଚଢ଼ଉ ଚାଲିଥିବା ସୂଚନା ମିଳିଛି। ଭୁବନେଶ୍ବର ଓ ରାଉରକେଲାର ଆୟକର ଟିମ୍ ଏହିସବୁ ଚଢ଼ଉରେ ସାମିଲ ଅଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.