ଦଳରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ ।

ନୂଆଦିଲ୍ଲୀ : (ବିବି ନିୟୁଜ ବ୍ୟୁରୋ)  ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦ୍ୟସତା ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ । ଶ୍ରୀ ଆଜାଦ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଏହାସହ ଇସ୍ତଫାପତ୍ରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଆଜାଦ । ରାହୁଲ ଏବେ ଅନୁଭବହୀନ ଲୋକଙ୍କ ଗହଣରେ ସମୟ କାଟୁଛନ୍ତି । ଏପରିକି ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା କରୁଥିବାର କହିଛନ୍ତି । ଶ୍ରୀ ଆଜାଦ କାଶ୍ମୀର ସମେତ ଭଜାତୀୟ ରାଜନୀତିରେ କଂଗ୍ରେସର ବଡ ଚେହେରା ଥିଲେ । ଜାତୀୟ ରାଜନୀତିରେ ମଧ୍ୟ ଗୁଲାମନବୀଙ୍କର ଦବଦବା ଯଥେଷ୍ଟ ଅଧିକ ଥିଲା । ଅନେକଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିଥିବା ଗୁଲାମ ପୂର୍ବରୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ତେବେ ଦୀର୍ଘ ଦିନ ହେବ କଂଗ୍ରେସରୁ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଥିଲେ ଗୁଲାମ । ତେବେ କଂଗ୍ରେସ ପକ୍ଷରୁ ଗୁଲାମଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ଫଳପ୍ରସୁ ହୋଇନଥିଲା । ଆଉ ଶେଷରେ କଂଗ୍ରେସର ହାତ ଛାଡିବାକୁ ଗୁଲାମନବୀ ଆଜ଼ାଦ ବାଧ୍ୟ ହୋଇଥିଲେ ।

Comments are closed.