ମଧ୍ୟାହ୍ନ ଭୋଜନ ପାଇଁ ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ଭୁବନେଶ୍ୱର : ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଠିକ୍ ସମୟରେ ଅନୁଦାନ ଯୋଗାଇ ଦେଉନଥିବାରୁ ଏହି କାର୍ଯ୍ୟକ୍ରମରେ ସମସ୍ୟା ଦେଖାଦେଉଛି । କେନ୍ଦ୍ର ସରକାର ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ପରି ସିଙ୍ଗଲ ୱିଣ୍ଡୋକୁ ବାହାନା କରି ଏ ବାବଦରେ ଯୋଗାଇ ଦେଉଥିବା ସହାୟତା ରାଶି ପ୍ରଦାନରେ ବିଳମ୍ବ କରୁଥିବାରୁ ଅସୁବିଧା ସୃଷ୍ଟି ହେଉଛି ।ତେଣୁ ରାଜ୍ୟ ସରକାର ଏ ବାବଦ ବ୍ୟୟ ନିଜେ ବହନ କରିବେ ବୋଲି ସୂଚନା ଦିଆଯାଇଛି ।

ଏଥିପାଇଁ ବିଭିନ୍ନ ଏକାଉଣ୍ଟକୁ ୨୦୦ କୋଟି ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ସ୍କୁଲ୍ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବାବେଳେ ୫ ମାସ ହେବ ସେଥିରେ ଅଚଳାବସ୍ଥା ଦେଖାଦେଇଛି । ଫଳରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ନିଜ ପ୍ରୟାସରେ ଉଦ୍ୟମ ଆରମ୍ଭ କରିଛନ୍ତି ।ବାରମ୍ବାର ଦାବି ସତ୍ତେ୍ୱ କେନ୍ଦ୍ର ସରକାର ବକେୟା ଅର୍ଥ ପ୍ରଦାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । କେନ୍ଦ୍ର ସରକାରଙ୍କ ଏପରି ଉଦାସୀନତାକୁ ନଜରରେ ରଖି ରାଜ୍ୟ ସରକାର ୫ ମାସର ବକେୟା ଦେୟ ନିଜସ୍ୱ ପାଣ୍ଠିରୁ ଭରଣା କରିବା ପାଇ ନିଷ୍ପତ୍ତି ନେଇଛନ୍ତି ।

ଗତ ଏପ୍ରିଲ ମାସରୁ କେନ୍ଦ୍ର ସରକାର ଏ ବାବଦ ଅନୁଦାନ ପ୍ରଦାନ କରୁନଥିବାରୁ ଚଳିତ ଆର୍ଥିକ ବର୍ଷରୁ ଶିକ୍ଷକମାନେ ନିଜ ପକେଟରୁ ଏହି ଅର୍ଥ ଭରଣା କରୁଛନ୍ତି ।ସରକାର ନିଜର ୪୦% ଆର୍ଥିକ ଅନୁଦାନ ସହ କେନ୍ଦ୍ରର ୬୦% ଅର୍ଥକୁ ମିଶାଇ ସ୍କୁଲଗୁଡ଼ିକୁ ଯୋଗାଇଦେବେ । ତେବେ ଆସନ୍ତା ସପ୍ତାହକ ମଧ୍ୟରେ ସ୍କୁଲ୍ ଆକାଉଣ୍ଟରେ ଅର୍ଥ ଜମା କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

Comments are closed.