ଦଶମ ଶ୍ରେଣୀ ବହିରେ ଗୁରୁତର ତ୍ରୁଟି।

ଭୁବନେଶ୍ୱର : ଦଶମ ଶ୍ରେଣୀ ବହିରେ ସଂଘାତିକ ତ୍ରୁଟି । ୪ ବର୍ଷ ହେଲା ଭୁଲ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଓଡ଼ିଶାରେ ନିର୍ମିିତ ମାଛକୁଣ୍ଡ ପ୍ରକଳ୍ପ ସଂପର୍କରେ ବହିରେ ଦିଆଯାଇଛି ଭୁଲ ତଥ୍ୟ । ପ୍ରାୟ ୭୦ ବର୍ଷ ତଳେ ନିର୍ମିିତ ଏହି ଜଳବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରର ବୋଲି ଦଶମ ଶ୍ରେଣୀ ପିଲା ପଢ଼ୁଛନ୍ତି । ୨୦୧୮ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ପୁସ୍ତକରେ ପୁଷ୍ଠା ନମ୍ବର ୬୯ରେ ଦେଶର ବିଭିନ୍ନ ଜଳ ବିଦ୍ୟୁତ ପ୍ରକଳ୍ପର ତାଲିକା ରହିଛି । ସେହି ତାଲିକାର ଶୀର୍ଷରେ ଆନ୍ଧ୍ରପ୍ରଦେଶର ନାଗାର୍ଜୁନ ସାଗର, ନିଜାମ ସାଗର, ସିଲେରୁ, ଶ୍ରୀଶୈଳମ ଆଦି ପ୍ରକଳ୍ପ ରହିଛି । ପ୍ରଥମେ ମାଛକୁଣ୍ଡ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରି ପଛକୁ ଅନ୍ୟ ୪ଟି ପ୍ରକଳ୍ପର ନାମ ଦେଖିବାକୁ ମିଳିଛି ।

ସେହି ତାଲିକାର କ୍ରମିକ ନମ୍ବର ୧୭ରେ ଓଡ଼ିଶାର ହୀରାକୁଦ, ବାଲିମେଳା, ରେଙ୍ଗାଳି ଓ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରାଯାଇଛି । କିନ୍ତୁ କୋରାପୁଟ ଜିଲ୍ଲାର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପକୁ ତାଲିକାରୁ ବାଦ ଦିଆଯାଇଛି । ସେହି ପରି ଅନ୍ୟ ଏକ ପୁଷ୍ଠାରେ ବାଲିମେଳାର ତାପଜ ବିଦ୍ୟୁତ କେନ୍ଦ୍ର ରହିଥିବା ପିଲାଙ୍କୁ ପଢ଼ାଯାଉଛି । ଗତ ୪ ବର୍ଷ ହେଲା ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ପଢ଼ୁଛନ୍ତି ପିଲା । ଏଭଳି ତ୍ରୁଟିକୁ ନେଇ ଶିକ୍ଷାବିତ୍ ଏବଂ ବୃଦ୍ଧିଜୀବୀ ମହଲରେ ତ୍ରୀବ ପ୍ରତିକ୍ରିୟା ସୃଷ୍ଟି କରିଛି ।

Comments are closed.