ବ୍ୟାଣ୍ଡ-ଏଡ୍

ଶ୍ରୀଅଂଶ୍ ରାଉତ

ଦିନେ ଗୋଟେ ପିଲା ଏକା ବସି କାନ୍ଦୁଥିଲା।ସେ କାନ୍ଦୁଥିବାର ଦେଖି ମୁଁ ତାକୁ ପଚାରିଲି କଣ ହେଇଛି କିନ୍ତୁ ସେ ପିଲାଟି କିଛି କହିଲାନି। ଅନେକ ଥର ପଚାରିଲା ପରେ ପିଲାଟି କାନ୍ଦ କାନ୍ଦ ହୋଇଗଲା।ତା ନିଜ ଭିତରେ ଏତେ ଭାଙ୍ଗି ଯାଇଥିଲା ଯେ ସେ ନିଜକୁ ସମ୍ଭାଳି ପାରୁନଥିଲା।ଗମ୍ଭୀର ହୋଇ ମୋ ଆଡେ ଚାହିଁ ଅନେକ ପ୍ରଶ୍ନ ପଚାରିଲା ମୋତେ”ଏ ଦୁନିଆ କଣ ଏତେ ସ୍ୱାର୍ଥପର,ଅନ୍ୟମାନଙ୍କ ଖୁସି ଚାହିଁବା କଣ ଭୁଲ୍,ଏହି ଦୁନିଆରେ କଣ କାହାର ଭଲ ଚାହିଁବା ଭୁଲ୍? ସମସ୍ତେ କହନ୍ତି ମୁଁ ଅଧିକ ସେନସିଟିଭ୍,ଜାଣିଚି ମୁଁ ଅଧିକ ଭାବପ୍ରବଣ ହୋଇଯାଏ କିନ୍ତୁ ସେତ ମୋର ଭୁଲ୍ ନୁହେଁ,ମୋର ସ୍ୱଭାବ ହିଁ ସେମିତି।
ଯେବେ ଯେବେ ମୁଁ କାହାକୁ ଖୁସି କରିବାକୁ ଚାହୁଁଛି ବଦଳରେ ମୁଁ ହିଁ ଭୁଲ୍ ହୋଇଛି।ମୁଁ କଣ ଏତେ ଖରାପ କି ମୁଁ ଯାହା ପାଖକୁ ଯାଉଛି ସେ ମୋ’ଠୁ ଦୂରକୁ ପଳାଉଛନ୍ତି।ଏବେ କାହ ସହିତ କଥା ହେବାକୁ ବି ଡର ଲାଗିଲାଣି, ସବୁବେଳେ ଗୋଟିଏ ଡର ରହୁଛି କି ଯାହା ସହିତ ମୁଁ ସାଙ୍ଗ ହେଵି ସେ ବି ଯଦି ମତେ ଏକା ଛାଡ଼ିକି ପଳେଇବ ତାହାଲେ ମୁଁ ଆଉଥରେ ଏକା ପଡ଼ିଯିବି।ସମସ୍ତଙ୍କୁ ମୁଁ ସାହାଯ୍ୟ କରେ,ସ୍ନେହ କରେ କିନ୍ତୁ ସବୁବେଳେ ମୋ’ଠୁ ଉପକାର ପାଇ ମୋତେ ହିଁ ପର କରିଦିଅନ୍ତି ସମସ୍ତେ”।

ସେ ପିଲାଟି ତାର ସବୁ ଦୁଃଖ-କଷ୍ଟ ଅନର୍ଗଳ ଭାବେ ମୋତେ କହି ଚାଲିଲା।ତା ମନର ଦୁଃଖ ମୁଁ ନୀରବରେ ଶୁଣୁଥାଏ। ସେ ପିଲାଟି କହିସରିଲା ପରେ ମୁଁ ଦୁଇଟି ପ୍ରଶ୍ନ ପଚାରିଲି,”ତୁ କଣ କେବେ ତୋ ନିଜର ଖୁସି ଚାହିଁଛୁ”?
“କେବେ ତୁ ତୋ ନିଜକୁ ପ୍ରଶ୍ନ କରିଛୁ କାହିଁକି ସମସ୍ତେ ତୋ’ଠୁ ଦୂରେଇ ଯାଆନ୍ତି”?
ସେ ପିଲାଟି କାନ୍ଦିବା ବନ୍ଦ କରି ଭାବିଲା ଏବଂ ନୀରବ ରହିଲା।ମୁଁ ତାକୁ କହିଲି ଯଦି ତୁ ନିଜେ ଖୁସି ନାହୁଁ ତାହାଲେ ତୁ ଅନ୍ୟମାନଙ୍କୁ କେମିତି ଖୁସି ବାଣ୍ଟିବୁ!

ମୁଁ ତାକୁ ପାଖରେ ବସେଇ ବୁଝେଇଲି”ଯେମିତି ଆମ ହାତ କଟିଗଲେ କଷ୍ଟ ନ ହେବା ପାଇଁ ବ୍ୟାଣ୍ଡ୍-ଏଡ୍ ବ୍ୟବହାର କରନ୍ତି ଘା’କୁ ଠିକ୍ କରିବାକୁ, ଆଉ ଘା ଠିକ୍ ହେଇଗଲା ପରେ ଆମେମାନେ ସେ ବ୍ୟାଣ୍ଡ୍-ଏଡକୁ ଡଷ୍ଟବିନ୍ ରେ ପକେଇଦିଅନ୍ତି। ସେ ବ୍ୟାଣ୍ଡ୍-ଏଡ୍ ର ବି ତ ଇଚ୍ଛା ଥିବ ଆମ ପାଖରେ ସବୁଦିନ ରହିବାକୁ କିନ୍ତୁ ତାକୁ ଜଣା ଥାଏ କି ତା କାମ ସରିଲା ପରେ ସେ ଡଷ୍ଟବିନକୁ ଯିବ ତଥାପି ସେ କାହା ସହିତ ଅନ୍ୟାୟ କରେନି ସମସ୍ତଙ୍କୁ କଷ୍ଟରୁ ବଞ୍ଚାଏ। କିନ୍ତୁ ଛୁରୀ, ଯିଏ ଆମକୁ କଷ୍ଟ ଦିଏ ତାକୁ ଆମେ ଡଷ୍ଟବିନ୍ ରେ ନପକାଇ ଭଲରେ ସମ୍ଭାଳିକି ରଖନ୍ତି”।
ଯାହାକୁ ବ୍ୟାଣ୍ଡ୍-ଏଡ୍ ଦରକାର ସେ ନିଜେ ମେଡିକାଲ ଷ୍ଟୋର କୁ ଯାଇକି ଆଣେ,ବ୍ୟାଣ୍ଡ୍-ଏଡ୍ ନିଜେ ଚାଲିକି ଆସେନି।ଠିକ୍ ସେହି ଭଳି ଯାହାକୁ କଷ୍ଟ ହବ ସେ ନିଜେ ତୋ ପାଖକୁ ଆସିବ ତା କଷ୍ଟ ଦୂର କରିବାକୁ ତତେ ତାଙ୍କ ପାଖକୁ ଯିବା ଦରକାର ନାହିଁ।
ଯାହାକୁ ବ୍ୟାଣ୍ଡ୍-ଏଡ୍ ଦରକାର ନଥିବ ଯଦି ତୁ ତାକୁ ବ୍ୟାଣ୍ଡ୍-ଏଡ୍ ଦବୁ ସେ ତାକୁ ଫୋପାଡି ଦେବ ଠିକ୍ ସେହି ଭଳି ଯଦି ତୁ ଖୁସି ଥିବା ଲୋକକୁ ଖୁସି ଦବୁ ତାହାଲେ ସେ ତତେ ପଚରିବେନି କିନ୍ତୁ ଯିଏ ଦୁଃଖରେ ଥିବ ତାକୁ ଯଦି ଖୁସି ଦବୁ ସେ ତତେ ଭଗବାନ ଭଳି ଭଲ ପାଇବ।
ଆଜି କାଲି ଏହି ଦୁନିଆରେ କେହି କାହାକୁ ପଚରନ୍ତିନି ସେଥିପାଇଁ ତୁ ଆଗେ ତୋ ନିଜକୁ ଖୁସି କରେ ଏବଂ ନିଜ ହୃଦୟକୁ ଜାଣେ।

ଯଦି ତୁ ଅନ୍ୟମାନଙ୍କୁ ଖୁସି ଦବାକୁ କାନ୍ଦୁଛୁ ତାହାଲେ ତୋଠୁ ସଫା ଏବଂ କୋମଳ ମନ କାହାର ନାହିଁ।ଲୋକ ମାନେ ମେଡ଼ିସିନ୍ ଦେହ ଖରାପ ହେଲେ ହିଁ ନେବେ ଖାଲିରେ ତ ନେବେନି ନା ସେମିତି ତୁ କାହିଁକି କାନ୍ଦୁଛୁ ତତେ ବୁଝିଲା ଭଳି ଜଣେ ଅଛନ୍ତି ସେ ହେଲେ ତୋ ବାପା ମା ଯଦି ଖୁସି ଦବୁ ତାଙ୍କୁ ଦେ,ତାହାଲେ ସବୁବେଳେ ପ୍ରକୃତି ତତେ ଖୁସି ଦବ,ଇଶ୍ୱର ତତେ ଖୁସି ଦେବେ।
ତାପରେ ସେ ପିଲାଟି ଅଳ୍ପ ହସି ମୁଣ୍ଡ ହଲାଇ ମୋ କଥାକୁ ସମ୍ମତି ଜଣାଇଲା।

ଯଦି ଆମକୁ କିଏ ନିଜର ଭାବି ଖୁସି ଦବାକୁ ଚାହୁଁଛି ତାହାଲେ ଆମେ ସେ ଖୁସିକୁ ନବା ଉଚିତ୍ କାରଣ ଆଜି କାଲି ଦୁନିଆରେ ନିଜର ବି ପର ଭଳି ବ୍ୟବହାର କରୁଛନ୍ତି।
ଯିଏ ବି ଆମକୁ ଖୁସି କରେ କିମ୍ବା ଆମମାନଙ୍କ ଦୁଃଖକୁ ଆମ ଠାରୁ ଦୂର କରେ ସେ ନିଜେ ଦୁଃଖୀ ଥାଏ। ଆମକୁ ବି ସମସ୍ତଙ୍କୁ ବୁଝିବାକୁ ପଡ଼ିବ।

ଆଜି କାଲି ଦୁନିଆରେ ଦୁଇ ପ୍ରକାର ର ଲୋକ ଥାଆନ୍ତି କେହି ଛୁରୀ ଭଳି କଷ୍ଟ ଦିଅନ୍ତି କିନ୍ତୁ ଆମେ ତାଙ୍କୁ ହିଁ ନିଜ ପାଖରେ ରଖନ୍ତି ଏବଂ ଆଉ କିଛି ଲୋକ ବ୍ୟାଣ୍ଡ୍-ଏଡ୍ ଭଳି ଆମକୁ କଷ୍ଟରୁ ମୁକ୍ତି ଦିଅନ୍ତି କିନ୍ତୁ ଆମେ ଘା ଭଲ ହେବା ପରେ ବ୍ୟାଣ୍ଡ୍-ଏଡକୁ ଡଷ୍ଟବିନରେ ଫିଙ୍ଗିଲା ଭଳି ଦୁରେଇଦିଅନ୍ତି।

ଶ୍ରୀଅଂଶ ରାଉତ,

ରାଉତ୍ କମ୍ପ୍ଲେକ୍ସ, କଟକ ରୋଡ୍, ଭୁବନେଶ୍ବର।

Comments are closed.