ରାୟଗଡ଼ା:(ବିବି ନିୟୁଜ ବ୍ୟୁରୋ) ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ହୁଣ୍ଡି ଆଜି ଖୋଲିଛି। ହୁଣ୍ଡିରୁ ରେକର୍ଡ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା ସହ ୧୦୪ ଗ୍ରାମ ସୁନା, ୨ କେଜି ୬୭୯ ଗ୍ରାମ ରୂପା ମିଳିଛି। ଏଥି ସହିତ ଡଲାର ଓ ବୈଦେଶିକ ମୁଦ୍ରା ମଧ୍ୟ ମିଳିଛି। ପୁରୁଣା ୩ଟି ୫୦୦ ଟଙ୍କିଆ ନୋଟ ହୁଣ୍ଡିରୁ ମିଳିଛି। ହୁଣ୍ଡିରୁ ମିଳିଥିବା ଟଙ୍କାକୁ ରାୟଗଡ଼ା ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ପ୍ରଦାନ କରାଯାଇଛି। ହୁଣ୍ଡି ଟଙ୍କା ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.