ଭୁବନେଶ୍ୱର (ବିବି ନିୟୁଜ ବ୍ୟୁରୋ) : ପ୍ରାୟ ୫ବର୍ଷ ପରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା କ୍ରୀଡ଼ାବିତଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଚୟନ କମିଟି ପକ୍ଷରୁ ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୁପାରିଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୮ତାରିଖରେ ଏକ ଉତ୍ସବରେ କ୍ରୀଡା଼ କ୍ଷେତ୍ର ନିମନ୍ତେ ଅବଦାନ ଥିବା ଏହି ସାମ୍ବାଦିକ ଓ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିବେ ବୋଲି ଜଣାପଡ଼ିଛି ।
Comments are closed.