ଗଞ୍ଜାମ: ପାତ୍ରପୁର ବ୍ଲକର କରୁଣା କର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ନିୟମିତ ହୋଇଥିବା ୨୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ କନିଷ୍ଠ ଶିକ୍ଷକ ସଂଘ ପାତ୍ରପୁର ଦ୍ୱାରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ପଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା)ର ରାଜ୍ୟ ସଭାପତି ରାଜେଶ ମହାନ୍ତି, ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ, ସିମାଞ୍ଚଳ ପାଇକ, କରୁଣା କର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କବିରାଜ ଦାସ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା) ପାତ୍ରପୁର ବ୍ଲକର ସଭାପତି କେ. ଧର୍ମ ରାଓ, ସମ୍ପାଦକ ଚିତ୍ତରଞ୍ଜନ ସାମଲ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।ସଂଘ ସଭାପତି ଦୀପକ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ନୂତନ ଭାବେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିଦ୍ୟାଳୟ ସ୍ତରରେ ଶିକ୍ଷାର୍ଥୀମାନଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ସମ୍ପାଦକ ଜନ୍ମେଜୟ ସାମନ୍ତ ଧନ୍ୟବାଦ ଜ୍ଞାପନ କରିଥିଲେ ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ବିଷୋୟୀ, ଜଗଦିଶ ପାତ୍ର, ଅର୍ପିତା ପଢି, କରୁଣାକର ପ୍ରଧାନ, ରାଜଲକ୍ଷ୍ମୀ ନାୟକ, ଧର୍ମଳା ଜ୍ୟୋତି, ପ୍ରମୋଦ ନାଇକ, ନରେନ୍ଦ୍ର କୁମାର ନାୟକ, ଉମରଣି ସାହୁ , ଦୁର୍ୟୋଧନ ଇତ୍ୟାଦି ନିୟମିତ ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ। ଆଦେଶ ପତ୍ର ବଣ୍ଟନ ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଉପସ୍ଥିତ ଅତିଥି ଓ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.