ଡାକ୍ତରାଣୀ ପ୍ରେମିକାଙ୍କୁ ଶ୍ରଦ୍ଧାଙ୍କ ମୁଦି ଦେଇ ଖୁସି କରିଥିଲା ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଡେଟ୍ କରିଥିବା ମହିଳା ଜଣେ ଡାକ୍ତର ଥିଲେ ବୋଲି କିଛି ଦିନ ତଳେ ଜାଣିବାକୁ ପାଇଥିଲା ପୁଲିସ।  ଦିଲ୍ଲୀର ହୃଦୟ ଥରା ହତ୍ୟା ଘଟଣାର ଅଭିଯୁକ୍ତ ଅଫତାବ ପୁନାୱାଲା ନିଜ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ୩୫ଖଣ୍ଡ କରିଥିଲା। ପ୍ରେମିକାର ଖଣ୍ଡ ବିଖଣ୍ଡିତ ଶରୀରକୁ ଫ୍ରିଜରେ ରଖିଥିବା ‌ଅଫତାବ ଆଉ ଜଣେ ମହିଳାଙ୍କୁ ଡେଟ କରିବା ଆରମ୍ଭ କରିଥିଲା। ପୂର୍ବରୁ ଯେଉଁ ଡେଟିଂ ଆପ୍ ମାଧ୍ୟମରେ ଅଫତାବ ଶ୍ରଦ୍ଧାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲା, ସେହି ଡେଟିଂ ଆପ୍ ମାଧ୍ୟମରେ ଅନ୍ୟ ଜଣେ ମହିଳାଙ୍କୁ ଫସାଇଥିଲା ଅଫତାବ।

ଏହି ସୂଚନା ସାମ୍ନାକୁ ଆସିସାରିଥିବା ବେଳେ ଏବେ ଆଉ ଏକ ଖୁଲାସା କରିଛି ପୁଲିସ। କୁହାଯାଉଛି ଯେ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଡାକ୍ତରାଣୀ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଅଫତାବ ତାଙ୍କୁ ଶ୍ରଦ୍ଧାଙ୍କ ମୁଦି ଉପହାର ଦେଇଥ‌ଲେ। ମହିଳାଜଣକ ମୁଦି ପିନ୍ଧିବା ସମୟରେ ଏହା ପଛରେ ଥିବା କାହାଣୀ ଜାଣିପାରିନଥିଲେ। ହେଲେ ଏବେ ତାଙ୍କ ସାମ୍ନାକୁ ପୂରା ସତ ଆସିଛି।

ଅନ୍ୟପକ୍ଷରେ ଅଫତାବ ଶ୍ରଦ୍ଧାଙ୍କ ମୃତଦେହକୁ କାଟିବା ପାଇଁ ବ୍ୟବହାର କରିଥିବା ଆଉ ଏକ ଧାରୁଆ ଅସ୍ତ୍ରକୁ ଜବତ କରିଛି ପୁଲିସ। ଗତ ସପ୍ତାହରେ ପୁଲିସ ୫-୬ ଇଞ୍ଚ ଲମ୍ବ ଥିବା ପାଞ୍ଚଟି ଛୁରୀ ଜବତ କରିଥିଲା।

ଅନ୍ୟପକ୍ଷରେ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲାକୁ ଦିଲ୍ଲୀ କୋର୍ଟ ୧୩ ଦିନ ପାଇଁ ନ୍ୟାୟିକ ହାଜତ ପଠାଇଦେଇଛନ୍ତି। ଆସନ୍ତା ଡିସେମ୍ବର ୮ ପର୍ଯ୍ୟନ୍ତ ଅଫତାବ ତିହାର ଜେଲ୍‌ରେ ରହିବ।

Comments are closed.