ବଡ଼ମ୍ବା : ମହାନଦୀର ଚଳିତ ବନ୍ୟାରେ ଗୋଟିଏ ସପ୍ତାହ ଧରି ବନ୍ୟାଜଳରେ ବୁଡ଼ିରହିଲା ମା ଭଟ୍ଟାରିକାଙ୍କ ଶକ୍ତିପୀଠ । ବଡ଼ମ୍ବାର ଆରଧ୍ୟା ଦେବୀ କେବେ ପୀଠରେ ପୁଣି ପୂଜାପାଇବେ ସେ ନେଇ ଉତ୍କଣ୍ଠାର ସହିତ ଭକ୍ତ ଏବଂ ସ୍ଥାନୀୟ ଜନସାଧାରଣ ଅପେକ୍ଷା କରିଥିଲେ। ତେବେ ରବିବାର ଅପରାହ୍ନରେ ମନ୍ଦିରରୁ ସମ୍ପୁର୍ଣ୍ଣ ପାଣି ଛାଡ଼ିବା ପରେ ମା ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମା ପୀଠକୁ ଫେରିବା ସହିତ ଭକ୍ତଙ୍କ ଅପେକ୍ଷାର ଅନ୍ତଘଟିଥିବା ପ୍ରକାଶ । ମା’ଙ୍କର ଦୈନନ୍ଦିନ ପୂଜାର୍ଚ୍ଚନା ଆଜି ମନ୍ଦିରରେ ଅନୁଷ୍ଠିତ ହୋଇଥିବା ପ୍ରମୁଖ ପୂଜକ ଶିରିଶ ରଣା କହିଛନ୍ତି । ପୂଜକ ଶ୍ରୀ ରଣା କହିବା ଅନୁଯାୟୀ ବନ୍ୟାଜଳ ଛାଡ଼ିବା ପରେ ମନ୍ଦିର ଭିତର ସେବକ ଏବଂ ସ୍ଥାନୀୟ ସ୍ୱେଛାସେବୀଙ୍କ ଦ୍ୱାରା ସଫେଇ କରାଯାଇଥିଲା । ପରେପରେ ଚଳନ୍ତି ପ୍ରତିମା ପୀଠକୁ ବିଜେ କରିବା ପରେ ଦେବୀଙ୍କ ମାଜଣା ନୀତି ସହିତ ମାଙ୍କର ସନ୍ଧ୍ୟା ଆଳତି, ରାତ୍ର ଭୋଗ ଏବଂ ଶାନ୍ତି ଉଦକ ପଣାଲାଗି କରାଯାଇ ପହୁଡ଼ ପଡ଼ିଛି । ତେବେ ମନ୍ଦିର ବେଢା ସମ୍ମୁଖଦେଇ ଏବେ ବି ବନ୍ୟାଜଳ ପ୍ରଭାହିତ ହେଉଥିବା ଏବଂ ଚଳିତ ବନ୍ୟାରେ ବେଢା ନିକଟସ୍ଥ ଭଜନ ମଣ୍ଡପ ସନ୍ନିକଟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସେବକଙ୍କ ଠାରୁ ପ୍ରକାଶ। ବେଢାରେ ବନ୍ୟା କାରଣରୁ ପରିମଳ ଅବସ୍ଥା ପ୍ରଭାବିତ ହୋଇଛି । ପୂର୍ବଭଳି ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଏଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସୀମାନେ ଅନୁରୋଧ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed.