ଭାରତ-ଚୀନ୍ କାରବାର ୧୦,୦୦୦ କୋଟି ଡଲାର ଟପିଲା

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ନଅ ମାସରେ ଭାରତ ଓ ଚୀନ୍ ମଧ୍ୟରେ ଦ୍ବିପାକ୍ଷିକ କାରବାର ୧୦,୦୦୦ କୋଟି ଡଲାରରୁ ଅଧିକ ହୋଇଛି। ଭାରତକୁ ଚୀନ୍‌ର ରପ୍ତାନି ୩୧ ପ୍ରତିଶତ ବୃଦ୍ଧି ପାଇ ୮୯୬୬ କୋଟି ଡଲାର ହୋଇଥିବା ବେଳେ ଚୀନ୍‌କୁ ଭାରତର ରପ୍ତାନି ୩୬ ପ୍ରତିଶତ ହ୍ରାସ ପାଇ ମାତ୍ର ୧୩୯୭ କୋଟି ଡଲାର ରହିଛି। ଚୀନ୍‌ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ୭୫୦୦ କୋଟି ଡଲାର ଭଳି ଉଚ୍ଚ ସ୍ତରରେ ରହିଛି।

Comments are closed.