ଗ୍ରାହକଙ୍କ ଠାରୁ ଋଣ ଅସୁଲ କରିପାରିଲେନି, ଆତ୍ମହତ୍ୟା କଲେ ବ୍ୟାଙ୍କ ମ୍ୟାନେଜର ।

ଆନ୍ଧ୍ରପ୍ରଦେଶ  : କାକିନାଡା ଜିଲ୍ଲା ୟନମ୍ ପଡାବଲା ଗଳିରେ ରହୁଥିବା ୟୁକୋ ବ୍ୟାଙ୍କ ମ୍ୟାନେଜର ସାଇ ରତ୍ନ ଶ୍ରୀକାନ୍ତ ଆତ୍ମହତ୍ୟା କରିଛନ୍ତି । ଶ୍ରୀକାନ୍ତ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ଭଡା ଘରେ ଖୁସିରେ ରହୁଥିଲେ । ହେଲେ କାଳ ହେଲା ଗ୍ରାହକଙ୍କୁ ଋଣ ଦେବା । ଶ୍ରୀକାନ୍ତ ତାଙ୍କ ବେଡରୁମରେ ଫ୍ୟାନରେ ଝୁଲିପଡି ଆତ୍ମହତ୍ୟା କରିଥିବା ଜଣାପଡିଛି ।ପୋଲିସର ପ୍ରାଥମିକ ସୂଚନା ମୁତାବକ, ଶ୍ରୀକାନ୍ତ ମଛଲିପଟନମରେ ୩ ବର୍ଷ ଯାଏଁ ବ୍ୟାଙ୍କ ମ୍ୟାନଜର ଭାବେ କାର୍ଯ୍ୟ କରୁଥିଲେ । ସେତେବେେଳେ ବ୍ୟାଙ୍କ ମାଛ ପୋଖରୀର ରକ୍ଷଣାବେକ୍ଷଣ ପାଇଁ ମାଛ ଚାଷୀଙ୍କୁୁ ଋଣ ଦେଇଥିଲେ । ତେବେ ହିତାଧିକାରୀ ଋଣ କିସ୍ତି ଠିକ ସମୟରେ ନସୁଝିବାରୁ ଶ୍ରୀକାନ୍ତ ନିଜେ ଋଣ ବାବଦ ଟଙ୍କା ପୈଠ କରିଥିଲେ । ଏହାକୁ ନେଇ ସେ କିଛି ଦିନ ହେବ ମାନସିକ ଅବସାଦରେ ରହୁଥିଲେ । ଏହି ଆର୍ଥିକ ସମସ୍ୟା ଯୋଗୁଁ ସେ ହୁଏତ ଆତ୍ମହତ୍ୟା କରିଥାଇପାରନ୍ତି ବେଲି ପୋଲିସ ଅନୁମାନ କରୁଛି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।ମଛଲିପଟନମରୁ ଶ୍ରୀକାନ୍ତ ୟନମ୍ ବ୍ୟାଙ୍କକୁ ବଦଳି ହୋଇଥିଲେ । ବଦଳି ପରେ ବି ଋଣ ସୁଝିବାକୁ ତାଙ୍କ ନିଜ ହାତରୁ ୩୫ ଲକ୍ଷ ଟଙ୍କା ପୈଠ କରିବାକୁ ପଡିଥିଲା । ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Comments are closed.