କେରଳ ନରବଳି ମାମଲା: ନରମାଂସ ଭକ୍ଷଣ କରାଯାଇଥିବା ପୁଲିସର ସନ୍ଦେହ

ତିରୁବନନ୍ତପୁରମ୍‌: ଅର୍ଥପ୍ରାପ୍ତି ନିମନ୍ତେ ୨ଜଣ ମହିଳାଙ୍କୁ ବଳି ପକାଇଥିବା ଦମ୍ପତି ବଳିମାଂସ ଖାଇଥାଇ ପାରନ୍ତି ବୋଲି ତଦନ୍ତକାରୀ ପୁଲିସ ଅଧିକାରୀମାନେ ଆଜି କହିଛନ୍ତି।

ଗଣମାଧ୍ୟମକୁ କୋଚି ସିଟି ପୋଲିସ୍‌ କମିସନର୍‌ ନାଗରାଜୁ ଚକିଲମ୍‌ କହିଛନ୍ତି, ଏକଥାକୁ ସାବ୍ୟସ୍ତ କରିବା ଲାଗି ଆମେ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ। ଆଜି ଫୋରେନ୍‌ସିକ୍‌ ପରୀକ୍ଷା ଓ ପ୍ରମାଣ ସଂଗ୍ରହ ଅଭିଯାନ ଚାଲିବ।

ଅଭିଯୁକ୍ତମାନଙ୍କୁ ଉଦ୍‌ଭ୍ରାନ୍ତ ମାନସିକ ବିକାରଗସ୍ତ କହି ସେ କହିଛନ୍ତି, ଅପରାଧର ମୂଳ ଉଦ୍ଦେଶ୍ୟ ଥିଲା ଦୈହିକ ସୁଖ ଓ ସୈତାନୀ।

ପୁଲିସ କହିଛି, ରୋଜ୍‌ଲିନ୍‌ ଓ ପଦ୍ମାଙ୍କୁ ବାନ୍ଧି ନିର୍ମମ ହତ୍ୟା କରାଯିବା ପରେ ସେମାନଙ୍କ ଶବକୁ ଟିକି ଟିକି କରି ପୋତା ଯାଇଥିଲା। ଆର୍ଥିକ ଦୁର୍ଗତିର ଅବସାନ ନିମନ୍ତେ ନରବଳି ଦେବା ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିଲା। ରୋଜ୍‌ଲିନ୍‌ ଜୁନ୍‌ ଓ ପଦ୍ମା ସେପ୍ଟେମ୍ବରରେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ।

ବଳିମାଂସ ଖାଇଛନ୍ତି ବୋଲି ଅଭିଯୁକ୍ତ ଭଗୱନ୍ତ ସିଂହ ଏବଂ ତାଙ୍କ ସ୍ତ୍ରୀ ଲୈଲା ଜେରା ସମୟରେ କହିଛନ୍ତି ବୋଲି ପୁଲିସସୂତ୍ରରୁ ଜଣାପଡ଼ିଛି।

ଏହି ମାମଲା ତଦନ୍ତ କରିବା ଲାଗି ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଅଭିଯୁକ୍ତ ଦମ୍ପତି ଓ ବଳି ପଡ଼ିଥିବା ମହିଳାଙ୍କୁ ସାମାଜିକ ଗଣମାଧ୍ୟମରେ ଚିହ୍ନଟ କରିଥିବା ସେମାନଙ୍କର ଏଜେଣ୍ଟ୍‌ଙ୍କୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା।

Comments are closed.