ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ ପାଇଁ ଘୁଞ୍ଚିଲା ପରୀକ୍ଷା, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ।

ଭୁବନେଶ୍ୱର : ଓଡ଼ିଶା ପୋଲିସ ସବଇନ୍ସପେକ୍ଟର ବା ଏସଆଇ ପରୀକ୍ଷାରେ ପୁଣି ତ୍ରୁଟି । କମ୍ପ୍ୟୁଟର ବେସଡ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । କ୍ୱେଶ୍ଚିନ ଡାଉନଲୋଡ ହୋଇପାରୁନଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ହୋଇପାରୁନଥିବାରୁ ପରୀକ୍ଷାର୍ଥୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଭୁବନେଶ୍ୱର, କଟକ, ଚୌଦ୍ୱାରରେ ପରିକ୍ଷାର୍ଥୀଙ୍କ ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି ।ବାରମ୍ବାର ଏଭଳି ତ୍ରୁଟି ପାଇଁ ଛାତ୍ର ଛାତ୍ରୀ ମାନେ ବହୁତ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି , ପରୀକ୍ଷା ବାତିଲ ହେବା ପରୀକ୍ଷା କେନ୍ଦ୍ର ଦୂରଦୁରାନ୍ତରେ କରିବା ଫଳରେ ଛାତ୍ର ଛାତ୍ରୀ ମାନେ ଅସନ୍ତୋଷ ବେକ୍ତ କରିଛନ୍ତି ।

ଅନ୍ୟପଟେ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଓପିଆରବି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରୀକ୍ଷା ଘୁଞ୍ଚିଲା, ପୁଣି ଥରେ ହେବ । ସଫ୍ଟଓୟାର ସମସ୍ୟା ପାଇଁ ପରୀକ୍ଷା ଘୁଞ୍ଚିଲା ବୋଲି ଅଧ୍ୟକ୍ଷ କହିଛନ୍ତି । ଓପିଆରବି ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ ଜରିଆରେ ଏହାର ସୂଚନା ଦେଇଛନ୍ତି ।

Comments are closed.