ସଂଘର ଦଶହରା ରାଲିରେ ପ୍ରଥମ ଥର ଜଣେ ମହିଳା ହେବେ ମୁଖ୍ୟ ଅତିଥି, ଭାଙ୍ଗିବ ୯୭ ବର୍ଷର ପରମ୍ପରା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପ୍ରତିଷ୍ଠା ପରଠୁ ପ୍ରତିବର୍ଷ ଦଶହରାରେ ନାଗପୁରର ରେସନବାଗ ମୈଦାନରେ ସଂଘ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ପ୍ରତି ବର୍ଷ ମୁଖ୍ୟ ଅତିଥି ଭାବେ ଜଣଙ୍କୁ ଆମନ୍ତ୍ରିତ କରାଯାଇଥାଏ । ୧୯୨୫ ମସିହା ପରଠାରୁ ପ୍ରତି ବର୍ଷ ଏହି କାର୍ଯ୍ୟକ୍ରମରେ ପୁରୁଷ ହିଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ ସଂଘ ନିଜର ପରମ୍ପରାକୁ ବଦଳାଇଛି । ଚଳିତଥର ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସଂଘ ଦୁଇ ଥର ଏଭେରେଷ୍ଟ ପର୍ବତ ଆରୋହଣ କରିଥିବା ପ୍ରଥମ ମହିଳା ସନ୍ତୋଷ ଯାଦବଙ୍କୁ ଆମନ୍ତ୍ରିତ କରିଛି ।

୧୯୩୬ ମସିହାରେ ସଂଘ ନିଜର ପ୍ରଥମ ମହିଳା ଶାଖା ରାଷ୍ଟ୍ର ସେବିକା ସମିତିର ପ୍ରତିଷ୍ଠା କରିଥିଲା । ସେହି ସମୟରେ ଲକ୍ଷ୍ନୀବାଇ କେଲକରଙ୍କୁ ଆମନ୍ତ୍ରିତ କରାଯାଇଥିଲା । କିନ୍ତୁ ଆଜି ଯାଏଁ କୌଣସି ମହିଳା ସଂଘର ଦଶହରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ନଥିଲେ ।

ଅକ୍ଟୋବର ୫ରେ ନାଗପୁରର ରେସମବାଗ ମୈଦାନରେ RSSର କାର୍ଯ୍ୟକ୍ରମ ହେବ । ଏଠାରେ ସଂଘ ପ୍ରମୁଖ ମୋହନ ଭାବଗତ ପ୍ରଥମେ ଶସ୍ତ୍ର ପୂଜା କରିବେ । ଏହାପରେ ସଂଘର ସ୍ୱଂୟସେବକ ଶାରୀରିକ କ୍ଷମତାର ପ୍ରଦର୍ଶନ କରିବେ । ମୁଖ୍ୟ ଅତିଥି ସନ୍ତୋଷ ଯାଦବ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରିବେ । ଏହାପରେ ସରସଂଘଚାଳକ ମୋହନ ଭାଗବତ ଅଭିଭାଷଣ ରଖିବେ।

Comments are closed.