ନୀରବ ଅସ୍ତିତ୍ବ କୁ କେବେ କିଏ ବୁଝିପାରିଛି
ନା କେବେ କିଏ ହତାଦର କରିବା ଦେଖିଛି
ବିଷାଦ କାରୁଣ୍ୟରେ ବିବେକର ମୋହକୁ
ମନ ଅବେଗରେ ବାନ୍ଧି ରଖିବା କିଏ ଶିଖିଛି ? ।।
ଅସହାୟ ଅତୃପ୍ତ ଅନ୍ତରର ମାନସ ପଟ୍ଟରେ
ବିଲୁପ୍ତ ସନ୍ଦେହକୁ କେବେ କିଏ ମାପିଛି
ନା ଜୀବନ ବଞ୍ଚିବା ଆଶାର ଅନ୍ତିମ ରେଖାକୁ
ଜୀବିତ ଅବଧିରେ ସ୍ପର୍ଶ କରି ପାରିଛି ।।
ତଥାପି……
ଉତ୍ କ୍ଷୀପ୍ତ ଯୌବନରେ ମମତାର ବିଘଟନକୁ
ଏଡାଇ ସଂକ୍ଷିପ୍ତ ପରିଚୟକୁ ଭୁଲିଛି
ବିଧ୍ୱଂଶ ସମ୍ପର୍କକୁ ଯୋଡିବା ପରିବର୍ତ୍ତେ
ସମ୍ପର୍କ ଘାଟରେ ସୁନାମୀର ଜୁଆର ଯୋଡିଚ୍ଛି।।
ସ୍ଵଳ୍ପ ସୀମିତ ଜୀବନ ଅବଧିରେ ଉଦର ଭର କର୍ମକୁ
ସୀମିତ ଜ୍ଞାନରେ ଶ୍ରେଷ୍ଠ କରମ ସଦା ମଣୁଛି ।
ଜୀବନ ଅବଧିରେ ଉତ୍କୃଷ୍ଠତାର ସପନ ଦେଖି ଦେଖି
ପ୍ରଶୁପ୍ତ ପାଶବିକ ପଶୁତ୍ୱକୁ ଉଜାଗର କରୁଛି ।।
ସାମଗ୍ରିକ ନିର୍ମାଣରେ ନିର୍ଭୀକତାରେ ଅପଯଶକୁ
କୋଳେଇ କାଖେଇ ହାତ ଧରି ବାଟ ଦେଖାଉଛି
କର୍ମେ ଉତ୍ପର୍ଣ୍ ସ୍ଵ-ପ୍ରସୂତ ପ୍ରକାଶ୍ୟକୁ ସ୍ଵକୀୟ ଭୁଲର
ପରିଣାମ ନ ଭାବି ସ୍ବାବଲମ୍ବୀର ସମ୍ବିଧାନ ଲେଖୁଛି ।।
!!!!&&&&&!!!!
ରମଲଙ୍କା,ପାରିକୁଦ ,ପୁରୀ
୯୪୩୭୦୧୯୬୬୯
Comments are closed.