କୁମାର ପୁର୍ଣ୍ଣିମା

ବିଳାସ ଚନ୍ଦ୍ର ବେହେରା

କୁମାର ପୁର୍ଣ୍ଣିମା ଗଜଲକ୍ଷ୍ମୀ ପୂଜା
ସନ୍ଧ୍ୟାର ପୁନେଇଁ ଜହ୍ନ
କୁଆଁରୀ ମନରେ ଅଶାର ଭଉଁରୀ
ମନ ହୁଏ ଛନ ଛନ l
ପ୍ରାତଃ ସ୍ନାନ ସାରି ନୂଆ ଵସ୍ତ୍ର ପିନ୍ଧି
ସଜାଇ ଚଉରା ମୂଳ
ଆଞ୍ଜୁଳି ଟେକନ୍ତି ନୂତନ କୁଲାରେ
ଖଇ ସେଓ ଆଖୁ ତାଳ l
କଦଳୀ ନଡ଼ିଆ କେତେ କଷି ଫଳ
ନୂଆଡାଲା ହୁଏ ସଜା
ମନ ବାଞ୍ଛା ଆଶା ପୂରଣ ପାଇଁକି
ନିଷ୍ଠାରେ କରନ୍ତି ପୂଜା l
ଖଇ ଛେନା ଗୁଡ଼ ଉଖୁଡା କଦଳୀ
ସଜା ଚାନ୍ଦ ପୂଜା ଥାଳି
ସନ୍ଧ୍ୟା ଆକାଶରେ ଜହ୍ନ ଦେଖି ହସେ
ମକର ବଉଳ ମେଳି l
ଅତୀତକୁ ସ୍ମରି ଯୁବା ମନ ଧରି
ବୟସ୍କା ଦେଖନ୍ତି ଜହ୍ନ
କୁମାରୀଙ୍କ ମେଳ ଦେଖି ପୁଂଚିଖେଳ
ଉଲ୍ଲୋସିତ ତନୁ ମନ l
ପୂର୍ଣ୍ଣିମା ସରିବ ମେଳି ଭାଙ୍ଗିଯିବ
ଅତୀତ ହୋଇବ ସ୍ମୃତି
ସାଙ୍ଗସାଥି ମାନେ ବିଭାହେବେ ଦୂରେ
ଥିବ ସେହି ଜହ୍ନ ରାତି l

ବିଳାସ ଚନ୍ଦ୍ର ବେହେରା,
ନଳିତା ନିଳୟ,
ବନ୍ତୁଣିଆ,୪୨ ମୋୖଜ଼ା,
କଟକ

Comments are closed.