ଗଂଜାମ :ଗଂଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡା ଠାରେ ଅବସ୍ଥିତ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦ୍ୱାରା ପରିଚାଳିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ନାଟ୍ୟ ଓ ସାହିତ୍ୟ ସଂସଦ ଉତ୍ସବ ତା.୨୭.୧୧.୨୦୨୬ ରିଖ ଶୁକ୍ରବାର ଦିନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ନିତ୍ୟାନନ୍ଦ ଦାସ ସଭାପତିତ୍ୱ କରି, କଳା ଓ ସଂସ୍କୃତି ଉପରେ ଅନେକ ଶିକ୍ଷଣୀୟ ଓ ଗୁରୁତ୍ୱପୁର୍ଣ ବିଷୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।
ଅଲ ଇଣ୍ଡିଆ ରେଡ଼ିଓ ର ପୂର୍ବତନ ନିର୍ଦେଶକ ଶ୍ରୀ ହୃଷିକେଶ ପାଣିଗ୍ରାହୀ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ, Life is beautiful journey and I am the best ଭଳି ପ୍ରେରଣାଦାୟୀ କଥା ଗୁଡିକ କହି ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜୀବନ ଯୁଧ୍ୟ ରେ ହସ ହସ ମୁହଁରେ ପ୍ରବେଶ କରିବାକୁ ପରାମର୍ଶ ଦେଇଥିଲେ।
ଗଞ୍ଜାମ ଜିଲ୍ଲା ର ସହକାରୀ ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ମିସ୍ ଆଦିତି ଆଚାର୍ଯ୍ୟ ବିଶେଷ ଅତିଥି ଭାବେ ଯୋଗ ଦେଇ, ଆମ ଜୀବନରେ କଳା ଓ ସଂସ୍କୃତିର ଉପାଦେୟତା ର ଗୁରୁତ୍ୱ ଉପରେ ବିଶେଷ ଆଲୋକପାତ କରିଥିଲେ ।

ଗୁରୁକୁଳ ଗୃପ ଅନୁଷ୍ଠାନ ର ଅଧକ୍ଷ, ଶ୍ରୀ ପ୍ରଶାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ, ମତ୍ସ୍ୟ ର ଗୁରୁତ୍ୱ ଓ ସଙ୍ଗୀତର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ନାଟ୍ୟ ବିଭାଗରେ ଭୂମିକା ସାହୁ ଡ୍ରାମାଟିକ ଚାମ୍ପିୟନ ଓ ସାହିତ୍ୟ ବିଭାଗରେ ଅମ୍ରିତା ଛୁଆଳସିଂହ ଲିଟେରାରୀ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ । କଳା ଓ ସାଂସ୍କୃତିକ ପ୍ରତିଯୋଗିତା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଫେସର ତଥା ସାହିତ୍ୟ ସଂସଦ ଉପଦେଷ୍ଟା ଡ଼. ସୁଶାନ୍ତ କୁମାର ପାତ୍ର ଅତିଥି ପରିଚୟ ପରିଚୟ ପ୍ରଦାନ କରିଥିଲା ବେଳେ, ସହକାରୀ ପ୍ରଫେସର ତଥା ନାଟ୍ୟ ସଂସଦ ର ଉପଦେଷ୍ଠା ଡ଼. ଗଣେଶ ଚନ୍ଦ୍ର କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।
ନାଟ୍ୟ କ୍ଲବର ଚେୟାରମ୍ୟାନ, ଶ୍ରୀ ଜୀବନ ଜ୍ୟୋତି ମାହାଲିକ, ନାଟ୍ୟ ପ୍ରତିଯୋଗିତାର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସାହିତ୍ୟ ସଂସଦ ର ଚେୟାରମ୍ୟାନ ଶ୍ରୀ ମୁନି ସୋହମ୍ ଭୂୟାଁ ସାହିତ୍ୟ ପ୍ରତିଯୋଗିତାର ବାର୍ଷିକ ବିବରଣୀ ପାଠ କରିଥିଲେ । ନାଟ୍ୟ କ୍ଲବର କୋ-ଚେୟାରମ୍ୟାନ ସୁଶ୍ରୀ ଅଲିଭା ଜେନା, ସାହିତ୍ୟ କ୍ଲବ ର କୋ-ଚେୟାରମ୍ୟାନ ସୁଶ୍ରୀ ଏଲିନା ଶୁଭ୍ରଦର୍ଶିନୀ, ଛାତ୍ର କମିଟି ର ପ୍ରତିନିଧି କାହ୍ନା ନାହାକ ଓ ରଣଜିତ କୁମାର ସାହୁ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ପୁର୍ଣ ସହଯୋଗ କରିଥିଲେ ।
ମହାବିଦ୍ୟାଳୟର ଡିନ୍, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପରାମର୍ଶ ଓ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ଭାବରେ ଏହି ଉତ୍ସବ ପାଳନ କରିଥିଲେ । ସନ୍ଧ୍ୟାରେ ଲୋକପ୍ରିୟ ଗାୟକ ଶ୍ରୀ ସୋମନାଥ ସାହୁ ଓ ମିସ ସ୍ୱୀକୃତି ସାହୁ ସହିତ ଭୁବନେଶ୍ୱର ବାଦଶାହ ଲାଇଭ ବ୍ୟାଣ୍ଡ ଦ୍ୱାରା ସଂକୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।