ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ: ମାଉସୀ ଘରକୁ ଯାଉଥିବା ବେଳେ ବୋଲେରୋରେ …

0

ଆର, ଉଦୟଗିରି ୨୮।୧୧(ମନୋଜ କୁମାର ପାଢୀ): ରାସ୍ତାରୁ ଜଣେ ଯୁବତୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ମାଉସୀ ଘରକୁ ଯାଉଥିବା ବେଳେ କାନକଟା ରାସ୍ତାରୁ କିଛି ଦୁର୍ବୃତ୍ତ ତାଙ୍କୁ ଏକ ବୋଲେରୋ ଗାଡ଼ିରେ ଜୋରଜବରଦସ୍ତି ଉଠାଇ ନେଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଘଟଣା ସମ୍ପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଆର୍‌. ଉଦୟଗିରି ଥାନାରେ ଏତଲା ଦିଆଯାଇଛି। ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କୁ କିଏ ଓ କେଉଁ ଉଦ୍ଦେଶ୍ୟରେ ନେଇଛି, ସେନେଇ ପୋଲିସ ବିଭିନ୍ନ ଦିଗରୁ ଖୋଳତାଡ଼ କରୁଛି। ଅପହରଣରେ ବ୍ୟବହୃତ ବୋଲେରୋ ଗାଡ଼ିର ସନ୍ଧାନ ସହ ଯୁବତୀଙ୍କୁ ଉଦ୍ଧାର କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.