ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱରରେ ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବିମଷ୍ଟେକ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୬ରେ ବାଲେଶ୍ୱର ଜିଲ୍ଲାର ଦୁଇ କ୍ରୀଡ଼ା ଶିକ୍ଷକ ବୈଷୟିକ ଅଧିକାରୀ ଭାବେ ନିଯୁକ୍ତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ନିତ୍ୟ ନୂତନ ଦେ ଓ ଶେଖ୍ ଏହେସାନ୍ ଏହି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ନିଜ ନିଜର ବୈଷୟିକ ଦାୟିତ୍ୱ ନିର୍ବାହ କରୁଛନ୍ତି।
ନିତ୍ୟ ନୂତନ ଦେ ନୂଆପୁର ସିନ୍ଧିଆ ସରକାରୀ ୟୁ.ଜି. ୟୁ.ପି. ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ଶେଖ୍ ଏହେସାନ୍ ବଡ଼କିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ ନିୟୋଜିତ ଅଛନ୍ତି।
ଏହି ଚାମ୍ପିଅନସିପ୍ରେ ବିମଷ୍ଟେକ୍ ସଦସ୍ୟ ଦେଶଗୁଡ଼ିକର ଯୁବ ଆଥଲେଟ୍ମାନେ ଅଂଶଗ୍ରହଣ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରର ଏହି ପ୍ରତିଯୋଗିତାର ସୁଚାରୁ ପରିଚାଳନା ପାଇଁ ବାଲେଶ୍ୱରର ଦୁଇ କ୍ରୀଡ଼ା ଶିକ୍ଷକଙ୍କ ମନୋନୟନ ଜିଲ୍ଲାର କ୍ରୀଡ଼ା କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ସଫଳତା।
ଏହି ସଫଳତା ପାଇଁ ଜିଲ୍ଲାର କ୍ରୀଡ଼ାପ୍ରେମୀ, ଶିକ୍ଷକ ମହଲ ଓ ବିଭିନ୍ନ କ୍ରୀଡ଼ା ସଂଗଠନ ପକ୍ଷରୁ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
•ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଜିଲ୍ଲା ପାଇଁ ଗୌରବ ଆଣିଲେ ନିତ୍ୟ ନୂତନ ଦେ ଓ ଶେଖ୍ ଏହେସାନ୍