ପଞ୍ଚ କିମ୍ବଦନ୍ତୀ ପ୍ରତିଭାଙ୍କ ସ୍ମୃତିରେ ଆୟୋଜିତ ହେଲା ‘ସ୍ମୃତି ଶ୍ରଦ୍ଧାଞ୍ଜଳି’ କାର୍ଯ୍ୟକ୍ରମ 

'ଆମ ପରମ୍ପରା ଟ୍ରଷ୍ଟ'ର ଦ୍ୱାଦଶ ବାର୍ଷିକୋତ୍ସବରେ ସଙ୍ଗୀତ ଓ ନାଟକ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

0
ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ସଙ୍ଗୀତ ଜଗତର ପାଞ୍ଚ କିମ୍ବଦନ୍ତୀ ପ୍ରତିଭାଙ୍କ ସ୍ମୃତିରେ ଆମ ପରମ୍ପରା ଟ୍ରଷ୍ଟର ଦ୍ୱାଦଶ ବାର୍ଷିକୋତ୍ସବ ‘ସ୍ମୃତି ଶ୍ରଦ୍ଧାଞ୍ଜଳି–୨୦୨୬’ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିକର୍ତ୍ତନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସଙ୍ଗୀତ ପ୍ରତିଯୋଗିତା, ସାଂସ୍କୃତିକ ପରିବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ମୁଖ୍ୟ ଆକର୍ଷଣ ଥିଲା।
କମଳଦେଶର ରାଜକୁମାର ପଦ୍ମଶ୍ରୀ ପ୍ରଫୁଲ୍ଲ କର, ହୃଦୟ ସଙ୍ଗୀତର ସମ୍ରାଟ ଅକ୍ଷୟ ମହାନ୍ତି, ଦ୍ୱିତୀୟ ସାଲବେଗ ମହମ୍ମଦ ସିକନ୍ଦର ଆଲାମ, ଓଡ଼ିଶାର ରଫି ଚିତ୍ତ ଜେନା ଏବଂ ଗାୟକ ପ୍ରଣବ ପଟ୍ଟନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସଙ୍ଗୀତ ସୃଷ୍ଟିକୁ ସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗୀମାନେ ଏହି ପଞ୍ଚ ମହାନ କଳାକାରଙ୍କ ଗାଇଥିବା, ଲେଖିଥିବା ଓ ସଂଗୀତବଦ୍ଧ କରିଥିବା ଗୀତ ପରିବେଷଣ କରିଥିଲେ।
ଉଦ୍‌ଘାଟନୀ ସଭାରେ ପ୍ରମେୟର ବରିଷ୍ଠ ସାମ୍ବାଦିକ ଆଲୋକ କୁମାର ବାରିକ ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। ସଂଗଠନର ଉପଦେଷ୍ଟା ତଥା ଆଇନଜୀବୀ ହରେକୃଷ୍ଣ ଦାଶ ଓ ବରିଷ୍ଠ ସାମ୍ବାଦିକ ଶଶୀ ରଞ୍ଜନ ମଲ୍ଲିକ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମ୍ପାଦକ ମୁରଲୀଧର ନାୟକ ଅନୁଷ୍ଠାନର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ସତ୍ୟଭାମା ମୁଦୁଲି ମଞ୍ଚ ଆହ୍ୱାନ କରିଥିଲେ। ଅମରେନ୍ଦ୍ର ଦାସ ଅତିଥି ପରିଚୟ ଓ ଚନ୍ଦ୍ରକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରତିଯୋଗିତାର ବିଚାରକ ଭାବେ ସୁରେଶ ଚନ୍ଦ୍ର ଜେନା, ଉତ୍ତମ ଚାନ୍ଦ, ଅମୃତାଂଶୁ ପଟ୍ଟନାୟକ, ମମତା ହାଜରା, ଅମରେଶ ଦାସ, ସମରେନ୍ଦ୍ର ମହାପାତ୍ର, ପ୍ରଣତି ପଣ୍ଡା ଓ ହୀରାଲାଲ ପାକଳ ଯୋଗ ଦେଇଥିଲେ। ବିଶେଷ ଅତିଥି ଭାବେ ସୁରଭି ପାଣି, ଅଭୟ ପାଣି, ସୁସ୍ମିତା ପଣ୍ଡା, ମନୋଜ ରାଉତ, ସୁରଞ୍ଜନ ଦାସ ମହାପାତ୍ର ଓ ମମତା ମଲ୍ଲିକ ଉପସ୍ଥିତ ଥିଲେ। ପଣ୍ଡିତ ମନ୍ମଥ ମିଶ୍ର, ଶାନ୍ତନୁ ପଟ୍ଟନାୟକ, ମିନତୀ ମଲ୍ଲିକ ଓ ପ୍ରଶାନ୍ତ ପଟେଲ ପ୍ରମାଣପତ୍ର ବଣ୍ଟନ କରିଥିଲେ।
ଉଦ୍‌ଯାପନୀ ଉତ୍ସବରେ ଡ. ଅମିତାଭ ଗିରି ଓ କବି ପ୍ରଶାନ୍ତ ଦାସ ଅତିଥି ଭାବେ ଯୋଗଦେଇଥିଲେ। ରଞ୍ଜିତ ପରିଡ଼ା ଅତିଥି ପରିଚୟ ଓ ଅମୃତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟତମ ଅତିଥି ଯୁବ ସମାଜସେବୀ ବିକାଶ ପାଢ଼ୀ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସହଦେବ ଖୁଣ୍ଟା ଥାନାର ଅଧିକାରୀ ଗୋପାଳକୃଷ୍ଣ ଜେନା ମଧ୍ୟ ଉପସ୍ଥିତ ଥିଲେ।
ସଙ୍ଗୀତ ଓ ନାଟକ କ୍ଷେତ୍ରରେ ଅବଦାନ ପାଇଁ ସୁରେଶ ଚନ୍ଦ୍ର ଜେନା, ବିଜୟ ପତି, ମମତା ହାଜରା, ମନୋରଞ୍ଜନ ଦାସ ଓ ନାରାୟଣ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ ପର୍ଯ୍ୟାୟରେ କୈଳାଶ ନୃତ୍ୟ ଗ୍ରୁପ୍ ଓ ଦେବାଂଶୀ ନୃତ୍ୟ ଗ୍ରୁପ୍‌ର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ଅନେକ ଅତିଥି କଳାକାର ପଞ୍ଚ କିମ୍ବଦନ୍ତୀଙ୍କ ଅମର ସଙ୍ଗୀତ ଗାନ କରି ଉତ୍ସବକୁ ସ୍ମୃତିମୟ କରିଥିଲେ।
କାର୍ଯ୍ୟକ୍ରମରେ ମହେନ୍ଦ୍ର ବେହେରା, ମୁକ୍ତେଶ୍ୱର ସେଠୀ, କଳ୍ପନା ନାୟକ, ସଙ୍ଗୀତା ରଥ, ଗୌର ଗୋପାଳ ଦେ ଓ କଞ୍ଜମଣି ସ୍ୱାଇଁ ସହଯୋଗ କରିଥିଲେ।
Leave A Reply

Your email address will not be published.