ରାଉରକେଲା (୨୬/୧୧) : ଆଦିବାସୀ ସାମାଜିକ ଶିକ୍ଷା ଓ ସଂlସ୍କୃତିକ ଅନୁଷ୍ଠାନ (ଆସେକା ), ନୋହା ତୀର୍ଲା ଗାଁଓତା ଓ ଯୁୱାନ ଗାଁଓତା, ରାଉରକେଲାର ମିଳିତ ସହଯୋଗରେ “ସାନ୍ତାଳୀ ଭାଷା, ସାହିତ୍ୟ, ଧର୍ମ ଓ ସଂସ୍କୃତି” ଆଧାରିତ ସେମିନାର ରାଉରକେଲାର ଭଞ୍ଜଭବନ ଠାରେ ନଭେମ୍ବର ୨୭ ଓ ୨୮ ତାରିଖ ଦିନ ଅନୁଷ୍ଠିତ ହେବ l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ ଯୋଗ ଦେବେ l ସମ୍ମାନୀୟ ଅତିଥି ଭାବରେ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ, ଉଦୟ ନାଥ ମାଝୀ, ଅବସର ପ୍ରାପ୍ତ ଆଇପିଏସ ଶ୍ୟାମ ସୁନ୍ଦର ହାଁସଦା, ଡାକ୍ତର ମେଘରାୟ ସରେନ, ରାଉରକେଲା ତାସିଲଦାର ଶ୍ରୀ ମତୀ ସାଲିମା ମାଝୀ, ଶୋଭନାଥ ବେଶ୍ରା, ଡିପି ବେଶ୍ରା, ସମାୟ ମୁର୍ମୁ ଉପସ୍ଥିତ ରହିବେ l ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ବକ୍ତାମାନେ ସାନ୍ତାଳୀ ଭାଷା, ସାହିତ୍ୟ, ଶିକ୍ଷା, ଧର୍ମ ଓ ସଂସ୍କୃତି ସମ୍ବନ୍ଧରେ ଆଲୋଚନା କରିବେ ବୋଲି ଆସେକl ମେଡ଼ିଆ ପ୍ରତିନିଧି ରମେଶଚନ୍ଦ୍ର ପାତ୍ର ଜଣାଇଛନ୍ତି l
ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.