୩ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ୨ ଜିଏସ୍‌ଟି ଅଧିକାରୀ, ଭୁବନେଶ୍ୱରରେ CBIର ବଡ଼ ଆକ୍ସନ

0

ବନେଶ୍ୱର: ଲାଞ୍ଚ ନେବା ବେଳେ CBI ହାତରେ ଧରାପଡ଼ିଲେ ଦୁଇ ଜିଏସ୍‌ଟି ଅଧିକାରୀ। ଭୁବନେଶ୍ୱର ଜିଏସ୍‌ଟି କାର୍ଯ୍ୟାଳୟର ଦୁଇଜଣ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ CBI ଟିମ୍ ଧରିଥିବା ସୂଚନା ମିଳିଛି। ଲାଞ୍ଚ କାରବାର ସମ୍ପର୍କରେ ଖବର ପାଇ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା CBI। ଏହି ଘଟଣା ପରେ ଜିଏସ୍‌ଟି ବିଭାଗରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ଦୁଇ ଅଧିକାରୀ ୩ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ CBI ଟିମ୍ ସେମାନଙ୍କୁ ମାଡ଼ି ବସିଥିଲା। ଚଢ଼ାଉ ପରେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ତେବେ କେଉଁ କାମ ପାଇଁ ଏହି ଲାଞ୍ଚ ମଗାଯାଇଥିଲା, ଅଭିଯୋଗକାରୀ କିଏ ଏବଂ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ।

CBI ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ଉଭୟ ଅଧିକାରୀଙ୍କ ଭୂମିକା, ଲାଞ୍ଚ କାରବାରର ପୃଷ୍ଠଭୂମି ଏବଂ ଅନ୍ୟ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ, ତଦନ୍ତ ପରେ ସ୍ପଷ୍ଟ ହେବ। ରାଜଧାନୀରେ ଦୁଇ ଜିଏସ୍‌ଟି ଅଧିକାରୀ CBI ଜାଲରେ ପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.