ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଯୋଗ ଦେଲେ ଦୀପ୍‌ଶିତା ବେହେରା ।

0

ଗଜପତି ,୨୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ ୧୬ତମ ରାଙ୍କ ହାସଲ କରିଥିବା ଦୀପ୍‌ଶିତା ବେହେରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଯୋଗ ଦେଇଛନ୍ତି।ତାଙ୍କର ଏହି ସଫଳତା ଏବଂ ନୂତନ ପ୍ରଶାସନିକ ଦାୟିତ୍ୱ ଗ୍ରହଣ ଗଜପତି ଜିଲ୍ଲା ପାଇଁ ଏକ ଗର୍ବର ବିଷୟ। ନୂତନ ଦାୟିତ୍ୱରେ ସେ ନିଷ୍ଠା, ସଚ୍ଚୋଟତା ଓ ଦକ୍ଷତାର ସହ ଜନସାଧାରଣଙ୍କ ସେବା କରିବେ ବୋଲି ଜନସାଧାରଣ ଆଶା ପ୍ରକାଶ କରିଛନ୍ତି।ତାଙ୍କର ଏହି ନୂତନ ଯାତ୍ରା ସଫଳ ଓ ଉଜ୍ଜ୍ୱଳ ହେଉ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.