ଗଜପତି,୨୧.୧୧/ ମନୋଜ କୁମାର ପାଢୀଙ୍କ ରିପୋର୍ଟ: ୟୁନାଇଟେଡ୍ ହ୍ୟୁମାନ୍ ରାଇଟ୍ସ ଆଣ୍ଡ ଆଣ୍ଟି କରପ୍ସନ କାଉନ୍ସିଲ ( ୟୁ ହେଚ ଆର ସି) ପକ୍ଷରୁ ଓଡ଼ିଶା ରାଜ୍ୟସ୍ତରୀୟ ଟିମ୍ର ଏକ ପ୍ରତିନିଧିମଣ୍ଡଳୀ ଗଜପତି ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତ ଅବସରରେ ମାନବାଧିକାର ସୁରକ୍ଷା , ଦୁର୍ନୀତି ନିରୋଧ , ସାମାଜିକ ନ୍ୟାୟ , ମହିଳା ଓ ଶିଶୁଙ୍କ ଅଧିକାର ତଥା ଜନକଲ୍ୟାଣମୂଳକ କାର୍ଯ୍ୟକୁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଆଗେଇ ନେବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଓ ସମାଜସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ପ୍ରତିନିଧିମଣ୍ଡଳୀରେ ୟୁ ଏଚ ଆର ସି ଦିଲ୍ଲୀର ଆଡମିନ୍ ହେଡ୍ ତଥା ହେଚ ଆର ସେକ୍ରେଟାରୀ ଅବିନାଶ ସାମନ୍ତରାୟ , ଓଡ଼ିଶା ରାଜ୍ୟ ସଭାପତି ଆନନ୍ଦ ସତପଥୀ , ରାଜ୍ୟ ସମ୍ପାଦକ ଆଡଭୋକେଟ୍ ମାନସ ରଞ୍ଜନ ରଥ , ରାଜ୍ୟ ମିଡିଆ ସେଲ୍ ଇନ୍ଚାର୍ଜ ପ୍ରଦ୍ୟୁତ କୁମାର ବିଶ୍ୱାଳ , ରାୟଗଡ଼ା ଜିଲ୍ଲା ସଭାପତି ବିଭୂତି ଭୂଷଣ ପରିଡ଼ାଙ୍କ ସମେତ ଓଡ଼ିଶା ରାଜ୍ୟସ୍ତରୀୟ କର୍ମକର୍ତ୍ତା , ପ୍ରଶାସନିକ ଅଧିକାରୀ ଓ ସଦସ୍ୟମାନେ ଯୋଗଦେଇଥିଲେ।
ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ତନୁଜା ସତପଥୀଙ୍କ ନେତୃତ୍ୱ ଓ ନିର୍ଦ୍ଦେଶାନୁସାରେ ତଥା ଜିଲ୍ଲା ମହିଳା ଉପସଭାପତି ଜସ୍ମିନ ଶେଖଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ହୋଇଥିଲା। ଏଥିରେ ଆର୍. ଉଦୟଗିରି ବ୍ଲକ୍ ସଭାପତି ମିହିର ଲିମା , ରାୟଗଡ଼ା ବ୍ଲକ୍ ସଭାପତି ପ୍ରଦୀପ ସାମଲ , ୟୁ ହେଚ ଆର ସି ସଦସ୍ୟ ଜିତେନ କୁମାରଙ୍କ ସମେତ ଜିଲ୍ଲାର ବହୁ ସଦସ୍ୟ ଓ କର୍ମକର୍ତ୍ତା ଯୋଗଦେଇଥିଲେ।
ବୈଠକରେ ଗଜପତି ଜିଲ୍ଲାରେ ୟୁ ହେଚ ଆର ସି ର ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବା ସହ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଥିଲା। ମାନବାଧିକାର ସୁରକ୍ଷା , ମହିଳାଙ୍କ ଅଧିକାର , ଶିଶୁ କଲ୍ୟାଣ , ସାମାଜିକ ସମାନତା , ମାନବ କଲ୍ୟାଣ , ସ୍ୱାସ୍ଥ୍ୟ ସେବା , ଗରିବ ଓ ଅସହାୟଙ୍କ ସହାୟତା , ଦୁର୍ନୀତି ବିରୋଧୀ ସଚେତନତା ଏବଂ ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଜିଲ୍ଲାରେ ତୃଣମୂଳ ସ୍ତରରେ ପହଞ୍ଚାଇବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ ଓଡ଼ିଶା ରାଜ୍ୟ ୟୁ ହେଚ ଆର ସି ଟିମ୍ ପକ୍ଷରୁ ନବଜୀବନ ଟ୍ରଷ୍ଟ ପରିଦର୍ଶନ କରାଯାଇଥିଲା। ସେଠାରେ ରହୁଥିବା ଛାତ୍ରଛାତ୍ରୀ ଓ ବୃଦ୍ଧା ମାଆମାନଙ୍କୁ ଖାଦ୍ୟ ସାମଗ୍ରୀ , ବସ୍ତ୍ର ଓ ତୁଆଲ୍ ବଣ୍ଟନ କରାଯାଇଥିଲା। ଏହି ସେବାମୂଳକ କାର୍ଯ୍ୟ ମାଧ୍ୟମରେ ମାନବିକତା , ସହଯୋଗ ଓ ସାମାଜିକ ଦାୟିତ୍ୱବୋଧର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରାଯାଇଥିଲା।
ଏଥିସହ ୟୁ ହେଚ ଆର ସି ରାଜ୍ୟସ୍ତରୀୟ ପ୍ରତିନିଧିମଣ୍ଡଳୀ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ୟୁ ହେଚ ଆର ସି ଓଡ଼ିଶା ରାଜ୍ୟ ଟିମ୍ ପକ୍ଷରୁ ତାଙ୍କୁ ଏକ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ଗଜପତି ଜିଲ୍ଲାରେ ମାନବାଧିକାର ସୁରକ୍ଷା , ଦୁର୍ନୀତି ନିରୋଧ , ଜନସାଧାରଣଙ୍କ ନ୍ୟାୟ ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ପୋଲିସ ପ୍ରଶାସନ ସହ ସମନ୍ୱୟ ରଖି ଜନହିତକର କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା।
ଏହି ଗସ୍ତ ଓ ବୈଠକ ମାଧ୍ୟମରେ ଗଜପତି ଜିଲ୍ଲାରେ ୟୁ ହେଚ ଆର ସି ର ସାଂଗଠନିକ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ସହ ଅସହାୟ , ଗରିବ , ମହିଳା , ଶିଶୁ ଓ ବୃଦ୍ଧବୃଦ୍ଧାଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରିବାର ସଂକଳ୍ପ ନିଆଯାଇଥିଲା। ଜିଲ୍ଲାରେ ମାନବାଧିକାର ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ୟୁ ହେଚ ଆର ସି ଆଗାମୀ ଦିନରେ ଆହୁରି ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ରାଜ୍ୟ ଟିମ୍ ପକ୍ଷରୁ ମତ ପ୍ରକାଶ ପାଇଥିଲା।
Sign in
Sign in
Recover your password.
A password will be e-mailed to you.