ଓୟୁଜେର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଲକ୍ଷ୍ମୀପୁର: ୩୦।୯ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସେମିଳିଗୁଡା କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଜାଇଛି।କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାନ୍ନିତ ଅତିଥି ଭାବେ ଶ୍ରିତମ କଲେଜର ଅଧକ୍ଷ କୃଷ୍ଣ ସିଂ,ଅଧ୍ୟାପକ ଚିତରଞ୍ଜନ ମହାନ୍ତି,ସମାଜ ସେବି ମମତା ରାୟ ପ୍ରମୁଖ ଜୋଗ ଦେଇଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତ ରାୟ,ପରିକ୍ଷୀତ ବିଶ୍ଵାଳ,କୋରାପୁଟ ଜିଲ୍ଲାସାମ୍ବାଦିକ ସଂଘର ସଭାପତି ଭବାନି ଶଙ୍କର ମିଶ୍ର ସମ୍ପାଦକ ରାଜେନ୍ଦ୍ର ଗୌଡ,ନବରଙ୍ଗପୁର ଜିଲ୍ଲା ସଂଘ ସଭାପତି ସୁସାନ୍ତ କୁମାର ବେହେରା,ରାୟଗଡା ଜିଲ୍ଲାଉପ ସଭାପତି ରାଜେସ ପଟନାୟକ,ଜୟପୁରର ପୁର୍ବତନ ଉପାଧକ୍ଷ ବାଲା ରାୟ,ସ୍ଵେଛାସେବି ସଂଗଠିକା ସ୍ନିଗ୍ଧା ରାଣି ମିଶ୍ର,ଜଗନାଥ ପ୍ରେମି ଲଳିତ ପଟନାୟକ ଯୋଗ ଦେଇଥିଲେ।ଏଇ ବୈଠକ ଉପଲକ୍ଷେ ସେମିଳିଗୁଡା ଓ ସୁନା ବେଡା ଅଞ୍ଚଳର ୨୬ ଜଣ କିଛି ପୁରୁଣା ଓ ନୁଆ ସାମ୍ବାଦିକ ଏଇ ସଙ୍ଘରେ ସ୍ଵଇଛାରେ ସାମିଲ ହୋଇଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ସେମାନଙ୍କୁ ଉପଢୌକନ ଦେଇ ସ୍ଵାଗତ କରିଥିଲେ।ଏଥିସହ ନିମନ୍ତ୍ରୀତ ଅତିଥି ମାନେ ସାମ୍ବାଦିକ ମାନଙ୍କର କାର୍ଯ୍ୟକୁ ଭୁୟସି ପ୍ରସଂସା କରିଥିଲେ।

ବୈଠକରେ ସାମ୍ବାଦିକ ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଓ ସ୍ଵାସ୍ଥ୍ୟ ବିମା ରାଶି ୨ ଲକ୍ଷରୁ ବଢେଇକି ଲକ୍ଷ କରିବା,ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଜିବା ପାଇଁ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ଥାନିୟ ବିଡିଓଙ୍କ ଜରିଆରେ ପ୍ରଦାନ କରାଜାଇଥିଲା।ଓୟୁଜେ ଏକ ଅପ୍ରତିଦ୍ଵନ୍ଦି ସଂଗଠନ,ଏହି ସଂଗଠନର ପ୍ରତିଦ୍ଵନ୍ଦି କେହି ନାହାନ୍ତି,ନିରବିଛିନ୍ନ ଭାବେ ସାମ୍ବାଦିକ ମାନଙ୍କ ପଛରେ ଓୟୁଜେ ରହିଚି ବୋଲି ମୁଖ୍ୟ ଅତିଥି ପ୍ରସନ୍ନ ମହାନ୍ତି ପ୍ରକାସ କରିଥିଲେ।ନବରଙ୍ଗପୁର ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଉପରେ ପୋଲିସର ବର୍ବରତାକୁ ନିନ୍ଦା କରାଜିବା ସହ ସେଥିରେ ସମ୍ପୃକ୍ତ କର୍ମଚାରି ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଜିବ ବୋଲି କୁହା ଜାଇଥିଲା।
ଏଥିରେ କୋରାପୁଟ,ରାୟଗଡା,ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସତାଧିକ ସାମ୍ବାଦିକ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ଟି ଗୋୖରୀ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।ସୁନାବେଡା ପ୍ରେସ କ୍ଲବର ସଦସ୍ୟ ମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନା କରାଜାଇଥିଲା।

Comments are closed.