୧୭ ବର୍ଷ ପୁରୁଣା ମାମଲାରେ ଅଭିଯୁକ୍ତ ଅଶୋକ ନାୟକ ଦୋଷୀ ସାବ୍ୟସ୍ତ, ୨ ବର୍ଷ କାରାଦଣ୍ଡ ।

0

ଗଜପତି,୨୦.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଦୀର୍ଘ ୧୭ ବର୍ଷ ଧରି ବିଚାରାଧୀନ ଥିବା ମୋହନା ଥାନା କେସ୍ ନଂ ୩୪, ତାରିଖ ୦୨.୦୬.୨୦୦୯ ଏବଂ ଜି.ଆର୍. କେସ୍ ନଂ ୧୦୪/୨୦୦୯ର ବିଚାର କରି ମାନ୍ୟବର ମୋହନା ଜେଏମ୍‌ଏଫ୍‌ସି ଅଦାଲତ ଅଭିଯୁକ୍ତ ଅଶୋକ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ଏହି ମାମଲା ଭାରତୀୟ ପିଙ୍ଗଳ କୋଡର ଧାରା ୩୪୧, ୩୨୪, ୩୨୫, ୨୯୪ ଓ ୫୦୬ ଅନୁଯାୟୀ ରୁଜୁ ହୋଇଥିଲା। ତେବେ ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ଧାରା ୩୨୫ ଓ ୫୦୬ ଅନୁଯାୟୀ ଦୋଷୀ ଘୋଷଣା କରିଛନ୍ତି।ଅଦାଲତଙ୍କ ରାୟ ଅନୁଯାୟୀ, ଧାରା ୩୨୫ରେ ଦୋଷୀଙ୍କୁ ୨ ବର୍ଷ ସଶ୍ରମ ନୁହେଁ, ସାଧାରଣ କାରାଦଣ୍ଡ ସହ ୧,୦୦୦ ଟଙ୍କା ଜୋରିମାନା ଦଣ୍ଡାଦେଶ ହୋଇଛି। ଜୋରିମାନା ଅନାଦେୟ ହେଲେ ଅତିରିକ୍ତ ୧ ମାସ ସାଧାରଣ କାରାଦଣ୍ଡ ଭୋଗିବାକୁ ପଡ଼ିବ। ସେହିପରି ଧାରା ୫୦୬ ଅନୁଯାୟୀ ଆଉ ୬ ମାସ ସାଧାରଣ କାରାଦଣ୍ଡ ଶୁଣାଯାଇଛି।ଏହି ରାୟ ସହ ଦୀର୍ଘଦିନ ଧରି ଚାଲିଥିବା ଉକ୍ତ ମାମଲାର ଆଇନଗତ ବିଚାର ପ୍ରକ୍ରିୟାର ପରିସମାପ୍ତି ଘଟିଛି।

Leave A Reply

Your email address will not be published.