ଗଜପତି ୧୯/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ସମ୍ବାବ୍ୟ ବାତ୍ୟା “ଅକବାନ”କୁ ଦିନ ତମାମ ଲାଗି ରହିଛି୨ ପ୍ରବଳ ବର୍ଷା।ସମୟ ବଡିବା ସହ ଲଗାଣ ବର୍ଷା ଧୀରେ ଧୀରେ ବଡିବାକୁ ଲାଗିଛି। ଯାହା ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇ ସୁରକ୍ଷିତ ସ୍ଥାନ ଖୋଜିବାରେ ଲାଗିପଡି ଛନ୍ତି। ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟାର ବେଗ ପ୍ରଖର ରହିବା ଦୃଷ୍ଟିରୁ ଦୁର୍ଗମ ଅଞ୍ଚଳ ରେ ରହିଥିବା ଗାଁ ଗୁଡିକରେ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରାଯାଉଛି।ବାତ୍ୟା ଆଶଙ୍କା ଦୃଷ୍ଟିରୁ ନୂଆଗଡ ସଦର ଠାରୁ ମାତ୍ର ୨ କିଲୋମିଟର ଦୂରତାରେ ରହିଥିବା ଜଳ ପ୍ରପାତ ତଥା ଦର୍ଶନୀୟ ସ୍ଥାନକୁ ସ୍ଥାନୀୟ ପ୍ରସାଶନ ଦ୍ଵାରା ରାସ୍ତାକୁ ବନ୍ଦ କରାଯାଇଛି।