ରାମକୃଷ୍ଣ ମଠ ଓ ମିଶନର ଉପାଧ୍ୟକ୍ଷ ସ୍ୱାମୀ ଭଜନାନନ୍ଦଜୀ ମହାରାଜଙ୍କ ମହାସମାଧି

0

କୋଲକାତା (୧୬/୧୧): ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ଉପାଧ୍ୟକ୍ଷ ପରମପୂଜ୍ୟ ସ୍ୱାମୀ ଭଜନାନନ୍ଦଜୀ ମହାରାଜ ୨୦୨୬ ମସିହା ନଭେମ୍ବର ୧୬ ତାରିଖ ସୋମବାର ମଧ୍ୟାହ୍ନ ୧୨ଟା ୧୩ ମିନିଟ୍ ସମୟରେ ବୃନ୍ଦାବନ ହସ୍ପିଟାଲରେ ମହାସମାଧି ଲାଭ କରିଛନ୍ତି।
ଚିକିତ୍ସକମାନଙ୍କର ସର୍ବୋତ୍ତମ ଚିକିତ୍ସା ଓ ନିରନ୍ତର ତୀକ୍ଷ୍ଣ ନିରୀକ୍ଷଣ ସତ୍ତ୍ୱେ ହୃଦ୍‌ଯନ୍ତ୍ର ଓ ଶ୍ୱାସକ୍ରିୟା ସମ୍ବନ୍ଧୀୟ ଜଟିଳତା, ସେପ୍ସିସ୍ (ରକ୍ତ ସଂକ୍ରମଣ) ଏବଂ ବୃକ୍‌କ ବିଫଳତା କାରଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ଅବନତି ଘଟିଥିଲା।
ପୂର୍ବରୁ ଜଣାଥିବା ଅନୁଯାୟୀ, ପୂଜନୀୟ ମହାରାଜ ଆଲ୍‌ଜାଇମର୍ସ ରୋଗ, ପାର୍କିନ୍‌ସନିଜମ୍ ଏବଂ ଯକ୍ଷ୍ମା (ଟି.ବି.) ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ।
ହୃଦ୍‌ଜନିତ ଏକ ଗୁରୁତର ଘଟଣା ପରେ ଅକ୍ଟୋବର ୨୯ ତାରିଖଠାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ ପରୀକ୍ଷାରୁ ତାଙ୍କଠାରେ ନିମୋନାଇଟିସ୍ ରୋଗ ଚିହ୍ନଟ ହୋଇଥିଲା। ସେପ୍ସିସ୍, କରୋନାରୀ ଆର୍ଟେରୀ ଡିଜିଜ୍ (CAD), ନିମୋନାଇଟିସ୍ ଏବଂ ତୀବ୍ର ବୃକ୍‌କ ବିଫଳତା ଭଳି ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ତାଙ୍କର ଚିକିତ୍ସା ଚାଲିଥିଲା।
ଚିକିତ୍ସା ଦଳର ନିରନ୍ତର ଓ ଅକ୍ଳାନ୍ତ ପ୍ରୟାସ ସତ୍ତ୍ୱେ ତାଙ୍କର ହୃଦ୍‌ଘାତ ହୋଇଥିଲା ଏବଂ ଶେଷରେ ମଧ୍ୟାହ୍ନ ୧୨ଟା ୧୩ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ପୂଜନୀୟ ମହାରାଜଙ୍କ ମହାପ୍ରୟାଣ ରାମକୃଷ୍ଣ ସଂଘ ତଥା ଅସଂଖ୍ୟ ଭକ୍ତ, ଅନୁରାଗୀ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ଶ୍ରୀରାମକୃଷ୍ଣ, ଶ୍ରୀଶ୍ରୀମା ସାରଦାଦେବୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ପ୍ରତି ତାଙ୍କର ଆଧ୍ୟାତ୍ମିକ ନିଷ୍ଠା, ସେବା, ତ୍ୟାଗ ଓ ଭକ୍ତିପୂର୍ଣ୍ଣ ଜୀବନ ସମସ୍ତଙ୍କ ପାଇଁ ଚିରକାଳ ଏକ ପ୍ରେରଣାର ଉତ୍ସ ହୋଇ ରହିବ।
ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.