ଗଜପତି,9.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ପାରଳାଖେମୁଣ୍ଡିସ୍ଥିତ ବଡ଼ ରାଧାକାନ୍ତ ମଠରେ ପବିତ୍ର ଗୋବର୍ଦ୍ଧନ ପୂଜା ବାବା ପ୍ରାଣ ଗୌରାଙ୍ଗ ଦାସଙ୍କ ପୌରହିତ୍ୟରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ପୌରାଣିକ କଥା ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ କୋପରୁ ବ୍ରଜବାସୀଙ୍କୁ ରକ୍ଷା କରିବା ପାଇଁ ନିଜ କନିଷ୍ଠ ଅଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିଲେ। ଏହି ଦିବ୍ୟ ଲୀଳାର ସ୍ମୃତିରେ ପ୍ରତିବର୍ଷ ଗୋବର୍ଦ୍ଧନ ପୂଜା ପାଳନ କରାଯାଇଥାଏ।ଏହି ପର୍ବ ପ୍ରକୃତି, ଗୋମାତା ଓ ଗୋବର୍ଦ୍ଧନ ପର୍ବତର ମହତ୍ତ୍ୱକୁ ମନେ ପକାଇବା ସହ ପରିବେଶ ସୁରକ୍ଷା ଓ ଜୀବଜଗତ ପ୍ରତି ଦୟାଭାବର ବାର୍ତ୍ତା ପ୍ରଦାନ କରେ।ଏହି ଶୁଭ ଦିନରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ନାମ ସଂକୀର୍ତ୍ତନରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.