ଉତ୍କଳ ବାଳାଶ୍ରମର ଶିଶୁଙ୍କ ସହ ଦୀପାବଳି ପାଳିଲେ ଗଜପତି ଜିଲ୍ଲାପାଳ ।

0

ଗଜପତି, 9.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଶିଶୁମାନଙ୍କ ସହ ଖୁସି ବାଣ୍ଟି ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ।ଏହି ଅବସରରେ ଜିଲ୍ଲାପାଳ ଉତ୍କଳ ବାଳାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଶିଶୁମାନଙ୍କ ସହ ଭାବବିନିମୟ କରିଥିଲେ। ସେମାନଙ୍କ ପାଠପଢ଼ା, ଭବିଷ୍ୟତର ଲକ୍ଷ୍ୟ ଓ ଜୀବନରେ ସଫଳତା ହାସଲ ସମ୍ପର୍କରେ ଆଲୋଚନା କରିବା ସହ ଆଗକୁ ବଢ଼ିବା ପାଇଁ ଉତ୍ସାହିତ ଓ ପ୍ରେରଣା ଦେଇଥିଲେ।ପରେ ଜିଲ୍ଲାପାଳ ଶିଶୁମାନଙ୍କୁ ମିଠା ବଣ୍ଟନ କରି ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଶିଶୁମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ କାର୍ଯ୍ୟକ୍ରମକୁ ଉପଭୋଗ କରି ସେମାନଙ୍କ କଳା ଓ ପ୍ରତିଭାର ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୁଶ୍ରୀ ଭଗତ ସାମଲ କଲ୍ୟାଣ ରାଓ, ବାତ୍ୟା ପରବର୍ତ୍ତୀ କାର୍ଯ୍ୟର ତଦାରଖ ପାଇଁ ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀ ପୱନ କୁମାର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ସହ ଦୀପାବଳିର ଖୁସି ବାଣ୍ଟିବାର ଏହି ପଦକ୍ଷେପ ମାନବିକତା ଓ ସାମାଜିକ ସମ୍ବେଦନଶୀଳତାର ଏକ ସୁନ୍ଦର ଉଦାହରଣ ସୃଷ୍ଟି ହୋଇଛି।

Leave A Reply

Your email address will not be published.