ବାତ୍ୟା ସହାୟତାକୁ ନେଇ ପାରଳା ସମୁଟିଆ ସାହି ବାସିନ୍ଦାଙ୍କ ଅସନ୍ତୋଷ….

ପୌର ପରିଷଦ ଘେରାଉ ଚେତାବନୀ

0

ଗଜପତି, 7/11(ତାରିଣୀ ପ୍ରସାଦ ପଣ୍ଡା): ବାତ୍ୟା କ୍ଷୟକ୍ଷତି ସହାୟତାକୁ ନେଇ ପାରଳାଖେମୁଣ୍ଡି ପୌରାଞ୍ଚଳର ସମୁଟିଆ ସାହି ବସ୍ତିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାତ୍ୟା ସମୟରେ ସହାୟତା ପାଇଁ ସ୍ଥିର ହୋଇଥିବା ବେଳେ ଏବେ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହେବା ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ କ୍ଷୁବ୍ଧ ବସ୍ତିବାସୀ ପୌର ପରିଷଦ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ବାତ୍ୟା ସମୟରେ ମନ୍ତ୍ରୀ ଆସିବେ ବୋଲି କହି ସମୁଟିଆ ସାହିର ବସ୍ତିବାସୀଙ୍କୁ ଏକତ୍ରିତ ହେବାକୁ ଡକାଯାଇଥିଲା। ମନ୍ତ୍ରୀଙ୍କ ଆଗମନ ପାଇଁ ଏହି ସାହି ବାସିନ୍ଦାମାନେ ଲୋକ ଅପେକ୍ଷା କରିଥିଲେ ମଧ୍ୟ ଶେଷରେ ମନ୍ତ୍ରୀ ଆସିନଥିବା ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ ସେତେବେଳେ ମଧ୍ୟ ବସ୍ତିବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।
ଏବେ ବାତ୍ୟା କ୍ଷୟକ୍ଷତି ସହାୟତା ବଣ୍ଟନକୁ ନେଇ ଆଉ ଏକ ବିବାଦ ସାମ୍ନାକୁ ଆସିଛି। କେବଳ ସେହି ସମୟରେ ଉପସ୍ଥିତ ଥିବା ଲୋକଙ୍କୁ ସହାୟତା ମିଳିବ ବୋଲି କୁହାଯାଉଥିବା ଅଭିଯୋଗ ଉଠିଛି। ଫଳରେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅନେକ ପରିବାର ସହାୟତାରୁ ବଞ୍ଚିତ ହେବା ଆଶଙ୍କାରେ ରହିଛନ୍ତି।
ବସ୍ତିବାସୀଙ୍କ ଅଭିଯୋଗ ଅନୁଯାୟୀ, ବାତ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟସଙ୍ଗତ ଭାବେ ସହାୟତା ଦିଆଯିବା ଆବଶ୍ୟକ। ଉପସ୍ଥିତିକୁ ଆଧାର କରି ସହାୟତା ବଣ୍ଟନ କରାଯିବା ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଲୋକ ଅନ୍ୟାୟର ଶିକାର ହୋଇପାରନ୍ତି ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ପରିସ୍ଥିତିରେ ସମୁଟିଆ ସାହି ବସ୍ତିବାସୀ ନିଜ ଦାବି ଉପସ୍ଥାପନ କରିବା ସହ ପୌର ପରିଷଦ ନିକଟରେ ନ୍ୟାୟ ଦାବି କରିଛନ୍ତି। ଯଦି ସମସ୍ୟାର ସମାଧାନ ନହୁଏ ଏବଂ ବାତ୍ୟା କ୍ଷୟକ୍ଷତି ସହାୟତାରୁ ବଞ୍ଚିତ ପରିବାରଙ୍କୁ ନ୍ୟାୟ ନ ମିଳେ, ତେବେ ପୌର ପରିଷଦ ଘେରାଉ କରାଯିବ ବୋଲି ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.