ଟଳିନି ବାତ୍ୟା ବିପଦ,ପୁଣି ସମ୍ଭାବ୍ୟ ବାତ୍ୟା ” ମୁରାସୁ” ।

0

ନୂଆଗଡ ୨/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଲୋକଙ୍କ ମନରୁ ବାତ୍ୟା ଭୟ ଯାଇ ନ ଥିବା ବେଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଆଉ ଏକ ବାତ୍ୟା ସୃଷ୍ଟି ହେବା ଫଳରେ ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲା ସମେତ ନୂଆଗଡ ବ୍ଲକରେ ବିଭିନ୍ନ ଅଞ୍ଚଳ ରେ ଗତ କାଲି ରାତି ଠାରୁ ବର୍ଷା ଲାଗି ରହିଛି।ବର୍ଷା ସାଙ୍ଗକୁ ପବନ ବହୁଛି ଯାହା ଫଳରେ କି ଲୋକଙ୍କ ମଧ୍ୟରେ ବାତ୍ୟାର ଭୟ ରହିଛି।ବର୍ଷା ହେବା ଫଳରେ ସାଧାରଣ ଲୋକଙ୍କ ଯାତାୟତରେ ଅସୁବିଧା ହେଉଥିବାର ଦେଖିବାକୁ ମିଳୁଛି।ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରକାରେ ଗଜପତି ଜିଲ୍ଲାରେ ବର୍ଷାର ଆଶଙ୍କା ରହିଥିବା ବେଳେ ବର୍ତ୍ତମାନ ଅମଳ ସମୟରେ କ୍ଷେତ୍ରରେ ପାଚିଲା ଧାନ ସହ ପନିପରିବା ଚାଷ ନଷ୍ଟ ହେବାର ଆଶଙ୍କାରେ ଚାଷୀ ଏକ ପ୍ରକାର ଭୟରେ ରହିଛନ୍ତି । ବ୍ଲକର ବିଭିନ୍ନ ଅଞ୍ଚଳ ପାହାଡ଼ିଆ ହୋଇ ଥିବାରୁ ପାହାଡ ଖସି ଭୂସ୍ଖଳନ ହେବାର ସମ୍ଭାବନା ମଧ୍ୟ ଲୋକଙ୍କ ମନରେ ଘାରିଛି। ତଳିଆ ଅଞ୍ଚଳର ଲୋକଙ୍କ ମନରେ ଏହିପରି ବର୍ଷା ଜାରି ରହିଲେ ବନ୍ୟା ସହ ଭୂସ୍ଖଳନ ଆଶଙ୍କା ରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହିତ ସଜାଗ ରହିଛନ୍ତି।

Leave A Reply

Your email address will not be published.