ନାସା ରଚିଲା ଇତିହାସ : ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାର ମିଶନ ସଫଳ
ନାସା ରଚିଲା ଇତିହାସ : ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାର ମିଶନ ସଫଳ
🌍 – ଡାଇମରଫସ୍ ଗ୍ରହାଣୁର ଆକାର ୧୬୩ ମିଟର
🌍 – ୭୮୦ ମିଟର ବିଶିଷ୍ଟ ଡିଡିମାସ୍ ଗ୍ରହାଣୁର ଚାରିପଟେ ଘୁରି ବୁଲିଥିଲା
🌍 – ଡାଇମରଫସ୍ ଓ ଡିଡାମସ୍ ଭିତରେ ଦୂରତା ୧ ଦଶମିକ ୨ କିଲୋମିଟର
🌍 – ନାସା ପ୍ରସ୍ତୁତ କରିଥିବା ଡାର୍ଟ ମହାକାଶଯାନର ଆକାର ୧୯ ମିଟର
🌍 – ୨୦୨୧ ନଭେମ୍ବର ୨୪ରେ ମହାକାଶକୁ ପଠାଯାଇଥିଲା
🌍 – ପ୍ରାୟ ୧୦ ମାସର ଯାତ୍ରା ପରେ ଭୋର ୪ଟା ୪୫ରେ ଧକ୍କା ଦେଇଛି
🌍 – ମହାକାଶ ଯାନ ପ୍ରସ୍ତୁତ ଲାଗି ଖର୍ଚ୍ଚ ହୋଇଛି ୨୬ ଶହ କୋଟି ଟଙ୍କା
ନାସା ରଚିଲା ଇତିହାସ । ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାରେ ନାସାର ମିଶନ ସଫଳ ହୋଇଛି । ଘଣ୍ଟା ପ୍ରତି ୨୪ କିଲୋମିଟର ବେଗରେ ଆଷ୍ଟେରଏଡ ସହ ଧକ୍କା ହେଲା ନାସାର ଡାର୍ଟ ସ୍ପେସକ୍ରାଫ୍ଟ । ଯଦି ଭବିଷ୍ୟତରେ କେବେ ବି ପୃଥିବୀ ଉପରେ କୌଣସି ପ୍ରକାର ଆଷ୍ଟେରଏଡ ଆକ୍ରମଣ ହେବାର ଆଶଙ୍କା ଥିଲେ ଏହା ଦ୍ୱାରା ପୃଥିବୀକୁ ରକ୍ଷା କରାଯାଇପାରିବ ।
ଭାରତୀୟ ସମୟ ଭୋର ୪ଟା ୪୫ରେ କୀର୍ତିମାନ ହାସଲ କରିଛି ନାସା । ଗ୍ରହାଣୁକୁ ଧକ୍କା ଦେବାରେ ଏହା ପ୍ରଥମ ମହାକାଶଯାନ । ପୃଥିବୀଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଏହି ଡାର୍ଟ ମହାକାଶଯାନ ଗ୍ରହାଣୁ ଡାଇମରଫସକୁ ଧକ୍କା ଦେଇଥିଲା । ଡାଇମରଫସ୍ ଏକ ଦ୍ୱୟ ଗ୍ରହାଣୁର ଅଂଶବିଶେଷ । ଯେଉଁଥିରେ ଛୋଟ ଗ୍ରହାଣୁଟି ବଡ଼ ଗ୍ରହାଣୁର ଚାରିପଟେ ଚକ୍କର କାଟୁଥିବ ।
Comments are closed.