ସର୍ବସାଧାରଣ ସ୍ଥାନରେ ମଦ ପିଇ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ ।

0

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ୫ ଜଣଙ୍କୁ କାବୁ କରିଛି। ସର୍ବସାଧାରଣ ସ୍ଥାନରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ପୋଲିସ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିଛି।ପୋଲିସ ପକ୍ଷରୁ ଉକ୍ତ ୫ ଜଣଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୯୨ ଅନୁଯାୟୀ ପ୍ରତିରୋଧମୂଳକ ରିପୋର୍ଟ ଦାଖଲ କରାଯାଇଛି।ସର୍ବସାଧାରଣ ସ୍ଥାନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଆଇନ ଉଲ୍ଲଂଘନକୁ ରୋକିବା ଦିଗରେ ଗଜପତି ପୋଲିସର ଏହି ପଦକ୍ଷେପ ଜାରି ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.