ଭୁବନେଶ୍ୱର: ଶରତଋତୁର ଶେଷ ଆଡ଼କୁ ପୁଣିଥରେ ବଙ୍ଗୋପସାଗରରେ ପାଣିପାଗରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଥାଇଲାଣ୍ଡ ଏବଂ ମିଆଁମାର ଅଞ୍ଚଳରେ ସକ୍ରିୟ ରହିଥିବା ଏକ ଘୂର୍ଣ୍ଣିବଳୟର ପ୍ରଭାବ ଏବେ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ବଙ୍ଗୋପସାଗର ଆଡ଼କୁ ମୁହାଁଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏହି ପ୍ରଣାଳୀର ପ୍ରଭାବରେ ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି, ଯାହାକି ଆଗାମୀ ଦିନର ପାଣିପାଗ ଗତିପଥକୁ ପ୍ରଭାବିତ କରିବ।
ପ୍ରାପ୍ତ ସୂଚନା ମୁତାବକ, ବର୍ତ୍ତମାନ ପୂର୍ବପଟୁ ସକ୍ରିୟ ଥିବା ଏହି ଘୂର୍ଣ୍ଣିବଳୟଟି କ୍ରମଶଃ ଆଗକୁ ବଢ଼ି ଉତ୍ତର ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିସାରିଛି। ସାମୁଦ୍ରିକ ବାତାବରଣ ଏବଂ ଅନୁକୂଳ ପରିସ୍ଥିତି କାରଣରୁ ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୩ ତାରିଖ ସୁଦ୍ଧା ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରର ରୂପ ନେବ। ଲଘୁଚାପ ସୃଷ୍ଟି ହେବା ପରେ ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ଆକଳନ କରାଯାଉଛି। ଏହି ଗତିପଥ ଏବଂ ସାମୁଦ୍ରିକ ଘନୀଭୂତ ପ୍ରକ୍ରିୟା ଉପରେ ଏବେ ପାଣିପାଗ ବିଭାଗର ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି।
ଅନ୍ୟ ଏକ ଆକଳନ ଅନୁଯାୟୀ, ଆସନ୍ତା ଅକ୍ଟୋବର ଶେଷ ବେଳକୁ ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଏକ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ କିମ୍ବା ତାଠାରୁ ଅଧିକ ଭୟଙ୍କର ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ ପବନର ବେଗ ସର୍ବାଧିକ ୧୨୦ ରୁ ୧୩୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେବେ ଏହା ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ କି ନାହିଁ, ସେ ସମ୍ପର୍ଣ୍ଣ ସ୍ପଷ୍ଟ ଚିତ୍ର ଆସନ୍ତା ୨୫ ତାରିଖ ପରେ ହିଁ ସାମ୍ନାକୁ ଆସିବ।
ପାଣିପାଗ ବିଜ୍ଞାନୀଙ୍କ ମତ ଅନୁଯାୟୀ, ବର୍ତ୍ତମାନ ଥାଇଲ୍ୟାଣ୍ଡ ଏବଂ ମିଆଁମାର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହାକି ଉତ୍ତର ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଭିନ୍ନ ପାଣିପାଗ ମଡେଲ୍ ଏବଂ ବିଶ୍ଳେଷଣରୁ ଏହା ଅବପାତ କିମ୍ବା ସିଧାସଳଖ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଥିବାରୁ ସାଧାରଣରେ ଚିନ୍ତା ବଢ଼ିବାରେଲାଗିଛି।