ଭୁବନେଶ୍ବର: ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ କଡା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ। ନବୀନ ପଟ୍ଟନାୟକ ଦିଗ ହରା ଓ ଦିଶା ହୀନ ଭାବେ ବୁଲୁଛନ୍ତି, କେତେବେଳେ କେଉଁ ପ୍ରସଂଗ ଉଠାଇବେ ତାହା ସେ ଜାଣିପାରୁ ନାହାଁନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।
ସେ କହିଛନ୍ତି ଯେ, କିଛି ଆତ୍ମଘୋଷିତ ନେତା ଦେଶ ସ୍ୱାର୍ଥଠାରୁ ନିଜ ସ୍ୱାର୍ଥକୁ ଅଧିକ ଭାବୁଛନ୍ତି। ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନ କରିବା ନେଇ କେବେ ହେଲେ ରାଜ୍ୟବାସୀ ହଜମ କରିବେନି। କିଛି ଆତ୍ମଘୋଷିତ ନେତା ଦେଶ ସ୍ୱାର୍ଥଠାରୁ ନିଜ ସ୍ୱାର୍ଥକୁ ଅଧିକ ଭାବୁଛନ୍ତି ବୋଲି ସେ କହିଛନ୍ତି।
ଗତକାଲି ନବୀନ ସିଜେପିର ନେତା ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ହାଜତ ମିଆଦ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଉଭୟଙ୍କ ମାମଲାର ତୁରନ୍ତ ସମୀକ୍ଷା କରି ମୁକ୍ତ କରିବାକୁ ଦାବି କରିଥିଲେ। ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉଡ଼ାଇବା ପାଇଁ ଏପରି ଅଟକ ରଖିବା ଉଚିତ ନୁହେଁ ବୋଲି ସେ ମତ ଦେଇଥିଲେ। ଯାହାର ଜବାବ ଶ୍ରୀ ସାମଲ ଦେଇଛନ୍ତି।