ବ୍ଲକସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

0

ଝରୀଗାଁ, ୧୬/୧୦(ନକୁଳ ଭତ୍ରା): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ୨୩ଟି ପଞ୍ଚାୟତ ଓ ୪ଟି ଜୋନ୍‌ର ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ାପ୍ରେମୀ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣରେ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଝରୀଗାଁସ୍ଥିତ ସରକାରୀ ନୋଡାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଛି।
ଉଦଯାପନୀ ଉତ୍ସବରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା ସମ୍ମାନିତ ଅତିଥି ଏବଂ ଝରୀଗାଁ ବିଡିଓ ଶ୍ରୀ ମଧୁସୂଦନ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅମର ସିଂ ନାୟକ ସଭାପତିତ୍ୱ କରିଥିଲେ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଦୁର୍ଗା ପ୍ରସାଦ ମାଝୀ, ଜିଲ୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦଶରଥ ଗଣ୍ଡ ଓ ଶ୍ରୀ ପୁରୁଷୋତ୍ତମ ମାଝୀ ଉପସ୍ଥିତ ଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସାହୁ ହାଇସ୍କୁଲ ପିଇଟି ଶିକ୍ଷୟତ୍ରୀ ସସ୍ମିତା ମଲ୍ଲିକ ସହ ଶିକ୍ଷୟତ୍ରୀ ସରିତା ଦେବି, ଆଦିତ୍ୟ ଭତରା ଏବଂ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କ୍ରୀଡ଼ା ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଙ୍କ ଦ୍ଵାରା କ୍ରୀଡ଼ା ପ୍ରତିଭାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କ୍ରୀଡ଼ା ପ୍ରତିଯୋଗିତା ରେ କୃତିତ୍ୱ ବିଦ୍ୟାର୍ଥୀ ଙ୍କୁ କ୍ରୀଡ଼ା ର ମହତ୍ୱ ଉପରେ ସାଂସଦ ଶ୍ରୀ ବଳଭଦ୍ର ଆଲୋକପାତ କରିଥିଲେ।

Leave A Reply

Your email address will not be published.