୧୦ ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 1 ହଜାରରୁ ଉର୍ଦ୍ଧ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ ।

0

ଗଜପତି 12/10/(ମନୋଜ କୁମାର ପାଢୀଙ୍କ ରିପୋର୍ଟ);ବିଭିନ୍ନ ସମସ୍ୟାର ସମାଧାନ ଓ ୧୦ ଦଫା ଦାବି ପୂରଣ ପାଇଁ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନର ରାଜ୍ୟ କାର୍ଯ୍ୟସମିତିର ନିଷ୍ପତ୍ତି ଅନୁଯାୟୀ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏହି ଆନ୍ଦୋଳନ ଆୟୋଜିତ ହୋଇଥିଲା।

ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୧,୦୦୦ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏଥିରେ ଯୋଗ ଦେଇଥିଲେ. ଜିଲ୍ଲା ସଭାନେତ୍ରୀ କୁନି ଜାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆସୋସିଏସନର ରାଜ୍ୟ ସହସମ୍ପାଦିକା ଅଞ୍ଜଳୀ ନାୟକ ଓ ଭାରତୀୟ ମଜଦୁର ସଂଘର ସଭାପତି ସୁଜିତ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

Leave A Reply

Your email address will not be published.