ଦଉଡ଼ି ସାହାରାରେ ପାହାଡିଆ ନଦୀ ପାର ହେବା ବେଳେ ଛିଣ୍ଡିଗଲା ଦଉଡି, ଭାସିଯାଇ ମହିଳାଙ୍କ ଶୋଚନୀୟ ମୃତ ।

0

ଗଜପତି 12/10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗଜପତି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁଃଖଦ ଖବର ହସ୍ତଗତ ହୋଇଛି. ଦଉଡ଼ି ସାହାରାରେ ପାହାଡିଆ ନଦୀ ପାର ହେବା ବେଳେ ହଠାତ ଛିଣ୍ଡିଗଲା ଦଉଡି. ଯଦ୍ୱାରା ପାହାଡିଆ ନଦୀର ପାଣି ସ୍ରୋତରେ ଭାସିଯାଇ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଏହି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କଳାପଙ୍କା ଗ୍ରାମରେ l
ଗ୍ରାମର 3 ଜଣ ମହିଳା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲକୁ ପ୍ରତେକ ଦିନ ଭଳି ଆଜି କାଠ ସଂଗ୍ରହ ପାଇଁ ଗ୍ରାମ ତଟରେ ବହିଯାଉଥିବା ପାହାଡିଆ ରାମନଦୀକୁ ନଦୀ ପାର ପାଇଁ ପୂର୍ବରୁ ବନ୍ଧା ଯାଇଥିବା ଦଉଡି ସାହାରାରେ ନଦୀ ପାର ହେଉଥିବା ବେଳେ ହଠାତ ଦଉଡିଟି ଛିଣ୍ଡି ଯାଇ ପାହାଡିଆ ନଦୀର ସ୍ରୋତରେ ଜଣେ ମହିଳା ଭାସିଗଲେ.
ଏହି ଘଟଣା ନେଇ ଅନ୍ୟ ଦୁଇ ଜଣ ମହିଳା ସେଠାରୁ ସଙ୍ଗେ ସଙ୍ଗେ ଫେରି ଘଟଣା ନେଇ ଗ୍ରାମରେ ଜଣାଇଲେ. ପରେ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଆର. ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀକୁ ଜଣାଇ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ. ଘଟଣା ଘଟିବାର 40 ମିନିଟ ପରେ ଆର. ଉଦୟଗିରି ପୋଲିସ ଉପସ୍ଥିତିରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ. ଦଉଡ଼ି ଛିଣ୍ଡି ଯାଇ ନଦୀରେ ଭାସି ଯାଇଥିବା ସ୍ଥାନରୁ କିଛି ଦୂରରେ ସମ୍ପୃକ୍ତ ମହିଳାଙ୍କ ମୃତଦେହକୁ ଅଗ୍ନିଶମବାହିନୀ ଉଦ୍ଧାର କରିଥିଲେ. ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଉଛନ୍ତି ଆର. ଉଦୟଗିରି ବ୍ଲକ କଳାପଙ୍କା ଗ୍ରାମର ସୁଲୋଚନ ମଣ୍ଡଳଙ୍କ ସ୍ତ୍ରୀ କବିତା ମଣ୍ଡଳ ବୋଲି ଜଣା ପଡିଛି. ସମ୍ପୃକ୍ତ ଘଟଣା ନେଇ ସେହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି. ଆର. ଉଦୟଗିରି ପୋଲିସ ଥାନାରେ ଘଟଣା ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.