ଗଜପତି,୧୨.୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ):ପୋଖରୀରେ ବୁଡ଼ି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କଦମଚୁଆଁ ଗ୍ରାମରେ I ମୃତ ନାବାଳକ ଜଣକ ହେଲେ ଆର.ଉଦୟଗିରି ଥାନା ତାବରଡା ଗ୍ରାମର ମୁନା ବେହେର ଦଳାଇଙ୍କ ୫ ବର୍ଷ ର ପୁଅ ବିଦ୍ୟାଶ ବେହେରା ଦଳାଇ |
ସୂଚନା ମୁତାବକ ମୁନା ବେହେର ଦଳାଇ ଓ ପତ୍ନୀ ଅଚୁସ୍ମିତା କଦମଚୁଆ ଗ୍ରାମରେ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି । ମୃତ ନାବାଳକ ଚାନ୍ଦିପୁଟ ଶିଶୁ ବିଦ୍ଯା ମନ୍ଦିରରେ ପାଠ ପଢ଼ୁଥିଲେ। ଗତକାଲି ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଅସାବଧାନତା ବଶତଃ ଗଭୀର ପାଣିରେ ପଶି ଯାଇଥିଲେ I ଦୀର୍ଘ ସମୟ ପାଣିରେ ଖୋଜା ଖୋଜା ଖୋଜି କରି ଗ୍ରାମବାସୀ ତାଙ୍କୁ ଚନ୍ଦ୍ରଗିରି ମେଡିକାଲ୍କୁ ନେଇଥିଲେ। ହେଲେ ଚିକିତ୍ସା ପୂର୍ବରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷ ।