ଗଜପତି, ୧୨ ଅକ୍ଟୋବର ୨୦୨୬(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମିଗାଁ ପଞ୍ଚାୟତର ପଡ଼ାଲା ଭବାନୀଙ୍କୁ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆଜି ଆବଶ୍ୟକୀୟ ପରାମର୍ଶ ଓ କାଉନ୍ସେଲିଂ ପ୍ରଦାନ କରାଯାଇଛି। ତାଙ୍କୁ ଉପଯୁକ୍ତ ଆଇନଗତ ସହାୟତା ଓ ସାମାଜିକ ସହଯୋଗ ଯୋଗାଇଦେବା ସହ ନ୍ୟାୟ ପ୍ରଦାନ ଦିଗରେ ପ୍ରୟାସ ଜାରି ରହିଛି।
ସ୍ୱାମୀଙ୍କ ମୃତ୍ୟୁ ପରେ ପଡ଼ାଲା ଭବାନୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ମାନବାଧିକାର ଓ ଦୁର୍ନୀତି ନିବାରଣ ପରିଷଦ (IHRC)ର ଗଜପତି ଜିଲ୍ଲା ମହିଳା ଉପସଭାପତି ଜସ୍ମିନ୍ ଶେଖ ତାଙ୍କୁ ସଖୀ ୱାନ୍ ଷ୍ଟପ୍ ସେଣ୍ଟରକୁ ନେଇ ଆବଶ୍ୟକ ସହାୟତା ପାଇଁ ମାମଲା ହସ୍ତାନ୍ତର କରିଥିଲେ।
ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଭବାନୀଙ୍କୁ ପରାମର୍ଶ ଓ କାଉନ୍ସେଲିଂ ପ୍ରଦାନ କରାଯାଇଥିବାରୁ ଜସ୍ମିନ୍ ଶେଖ ସେଣ୍ଟରର ସମଗ୍ର ଟିମ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଭବାନୀଙ୍କୁ ଆବଶ୍ୟକ ଆଇନଗତ ସହାୟତା, ସାମାଜିକ ସହଯୋଗ ଓ ତାଙ୍କର ନ୍ୟାଯ୍ୟ ଅଧିକାର ପାଇବାରେ ସହଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ମହିନୀ ମ୍ୟାଡାମ, ସୁନିତା ମ୍ୟାଡାମ, ମଧୁସ୍ମିତା ମ୍ୟାଡାମ ଓ ରୁବି ମ୍ୟାଡାମଙ୍କ ସମେତ ସମଗ୍ର ଟିମ୍କୁ ଜସ୍ମିନ୍ ଶେଖ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
ଜସ୍ମିନ୍ ଶେଖଙ୍କ ବାର୍ତ୍ତା: ମହିଳାମାନେ ଯେକୌଣସି ସମସ୍ୟାରେ ପଡ଼ିଲେ ସେମାନଙ୍କୁ ଉଚିତ ପରାମର୍ଶ, ଆଇନଗତ ସହାୟତା ଓ ସାମାଜିକ ସହଯୋଗ ମିଳିବା ଅତ୍ୟନ୍ତ ଜରୁରୀ। ପଡ଼ାଲା ଭବାନୀଙ୍କୁ ନ୍ୟାୟ ଓ ତାଙ୍କର ଅଧିକାର ଦିଗରେ ସହଯୋଗ କରିବା ପାଇଁ ଏହି ପ୍ରୟାସ ଜାରି ରହିବ।
ସଖୀ ୱାନ୍ ଷ୍ଟପ୍ ସେଣ୍ଟର ଟିମ୍କୁ ପୁନର୍ବାର ଅଶେଷ ଧନ୍ୟବାଦ। ।