ଏ ଡି ଏସର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ! ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଛାତ୍ରଛାତ୍ରୀ

0

ପଟ୍ଟାମୁଣ୍ଡାଇ୧୨/୧୦- ଛାତ୍ରଛାତ୍ରୀମାନେ ନିଜ ଦୁର୍ବଳତାକୁ ପରଖି ଏହାକୁ ଶକ୍ତିରେ ପରିଣତ କଲେ ସାମ୍ପ୍ରତିକ ପ୍ରତିଯୋଗିତା ମୂଳକ ଦୁନିଆରେ ଜୀବନ ସବୁ କ୍ଷେତ୍ରରେ ସଫଳତା ହାସଲ କରି ପାରିବେ ବୋଲି ମତପ୍ରକାଶ କରିବା ସହିତ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳା ଅଧ୍ୟଵ୍ୟସାୟ ଓ ପ୍ରତିବଦ୍ଧତା ବଜାୟ ରଖିବା ଓ ପିତା ମାତା ଗୁରୁ ଗୁରୁଜନଙ୍କୁ ଭକ୍ତି କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଏ ଡି ଏସ ଇନଷ୍ଟିଟ୍ୟୁଟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରାମର୍ଶ ଦେଇଛନ୍ତି I ଏ ଡି ଏସ ଅଧକ୍ଷ ଇଂ କାମାକ୍ଷା ରଞ୍ଜନ ନାୟକଙ୍କ ପୌରହିତ୍ୟ ଓ ସଂଯୋଜନାରେ ମୁନିଫା ପରବିନଙ୍କ ସଂଯୋଜନା ରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଧକ୍ଷ ହେମନ୍ତ କୁମାର ସାହୁ ମୁଖ୍ୟବକ୍ତା ଓ ଶିକ୍ଷାବିତ ବିଶ୍ୱ ରଞ୍ଜନ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଉତ୍ତମ ଅଧ୍ୟୟନ କରି ଶ୍ରେଷ୍ଠ ସଫଳତା ହାସଲ କରିବା ସହିତ ଶିକ୍ଷାନୁଷ୍ଠାନ ଓ ଅଂଚଳର ଗୌରବ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ I

ଏ ଡି ଏସ ଅଧକ୍ଷ ଇଂ କାମାକ୍ଷା ରଞ୍ଜନ ନାୟକ ଉଚ୍ଚ ପଦବୀର ମୋଟା ଦରମା ଛାଡି ନିଜ ଅଂଚଳର ଗରିବ ପିଲାମାନଙ୍କୁ କମ ଖର୍ଚ୍ଚରେ ମୂଲ୍ୟବୋଧଭିତ୍ତିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବାରୁ ଏ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ଶେଷରେ ଶିକ୍ଷାବିତ ରବି ନାରାୟଣ ନନ୍ଦ ଧନ୍ୟବାଦ ଦେଇଥିଲେ I ଏଇ ଅବସରରେଏହି ଅନୁଷ୍ଠାନର ଏନ ଆଇ ଟି ପାଇଥିବା ରାଜ କୁମାର ଦାଶ ଓ ଖଡ଼ଗପୁର ଆଇ ଆଇ ଟି ପାଇଥିବା ସୂର୍ଯ୍ୟକାନ୍ତ ମଣ୍ଡଳଙ୍କ ସମେତ ପୁରାତନ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ I ଅନୁଷ୍ଠାନ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ କାଳୀପଦ ଗିରି, ଶାଳିନୀ ସ୍ୱାଇଁ ଅମିତ ସୂତାର ସୁରଜ ନାୟକ ପରିଚାଳନା କରିଥିବାବେଳେ ପ୍ରଦ୍ୟୁମ୍ନ ଲେଙ୍କା ଅର୍ଚିତା ସୂତାର ସୁମିତ୍ରା ମଲ୍ଲିକ ରଶ୍ମିତା ଦଳାଇଙ୍କ ସମେତ ଛାତ୍ରଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ Iଶେଷରେ ଛାତ୍ରଛାତ୍ରୀ
ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave A Reply

Your email address will not be published.